ଟିଏମସିରେ ସାମିଲ ହେଲେ ଅଭିଜିତ୍

0 208

ଭୁବନେଶ୍ୱର ୫/୭(ଏସଏସନିୟୁଜ) ଭାରତର ପୂର୍ବତନ ରାଷ୍ଟ୍ରପତି ଦିବଙ୍ଗତ ପ୍ରଣବ ମୁଖାର୍ଜୀଙ୍କ ବଡପୁଅ ଅଭିଜିତ୍ ମୁଖାର୍ଜୀ ଆଜି ତୃଣମୂଳ କଂଗ୍ରେସରେ ସାମିଲ ହୋଇଛନ୍ତି । ସେ କଂଗ୍ରେସ ଛାଡି ମମତା ବାନାର୍ଜୀଙ୍କ ଟିଏମସିରେ ସାମିଲ ହୋଇଛନ୍ତି । ଅଭିଜିତ୍ କଂଗ୍ରେସ ଛାଡିବା ପରେ ଦଳକୁ ବଡ ଝଟକା ଲାଗିଛି ।ସେ ବରିଷ୍ଠ ନେତା ସୁଦୀପ ବନ୍ଦୋପାଧ୍ୟୟ ଓ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଅଭିଜିତ ବିଧିବଦ୍ଧ ଭାବେ ଟିଏମସିରେ ଯୋଗ ଦେଇଛନ୍ତି। ଟିଏମସିରେ ମିଶିଥିବାରୁ ଦଳ ତାଙ୍କୁ ଜଙ୍ଗିପୁର ବିଧାନସଭା ଆସନରୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି। କଂଗ୍ରେସ ଟିକେଟରୁ ଅଭିଜିତ ଜଙ୍ଗିପୁରରୁ ଲୋକସଭା ଯାଇଥିବା ବେଳେ ନଲହାଟିରୁ ବିଧାନସଭାକୁ ର୍ନିବାଚିତ ହୋଇଥିଲେ.

Leave A Reply

Your email address will not be published.