ଶୀତ ପାଇଁ ଜିଲ୍ଲାପାଳମାନଙ୍କୁ ସର୍ତକ କଲେ ସ୍ୱତନ୍ତ୍ର ରିଲିଫ କମିସନର

0 260

ଭୁବନେଶ୍ୱର,୨୭/୧୨(ଏସ୍ଏସ୍ ନିଉଜ) ରାଜ୍ୟର ବିଭିର୍ଣ ଜିଲ୍ଲାରେ ଶୀତର ଲହରୀ ଆରମ୍ଭ ହୋଇଯାଇଛି । ବିଶେଷକରି ସୁନ୍ଦରଗଡ,ଦେବଗଡ,କେଉଁଝର,ଅନୁଗୁଳ,ମୟୁରଭଞ,ବାଲେଶ୍ୱର ଆଦି ଜିଲ୍ଲାରେ ୨୭ରୁ୨୯ତାରିଖ ପର୍ଯ୍ୟନ୍ତ ଶୀତପ୍ରବାହ ବଢିବାକୁ ଯାଉଛି ।ଏହା ସହିତ ଅନ୍ୟ ଜିଲ୍ଲାମାନଙ୍କରେ ଏହାର ପ୍ରଭାବ ମଧ୍ୟ ଦେଖାଦେବ । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନଙ୍କୁ ସର୍ତକ ରହିବା ସହ ଏହି ସମୟରେ କଣ କରିବା ଓ କଣ ନକରିବା ଆଦି ବିଷୟରେ ଲୋକମାନଙ୍କୁ ସଚେତନ କରିବାକୁ ପରାମର୍ଶ ଦେଲେ ସ୍ୱତନ୍ତ୍ର ରିଲିଫ କମିସନର ।ଭୀଷଣ ଶୀତ ହେଉଥିବା ସମୟରେ ଘରଭିତରେ ରହିବା,ଯାତାୟତ କରୁଥିବାବେଳେ ଶୀତବସ୍ତ୍ର ପରିଧାନ କରିବା,କିରାସିନ ଲଣ୍ଠନ, ଜେନେଟର ଷ୍ଟୋଭ ବ୍ୟବହାର କରୁଥିଲେ ଏଥିରୁ ନିର୍ଗତ ବିଶାକ୍ତ ଧୁଆଁକୁ ଘରବାହରକୁ ଛାଡିବାର ବ୍ୟବସ୍ଥା କରିବା,ଶୀତରୁ ରକ୍ଷାପାଇବାପାଇଁ ରୁମହିଟର,ପାଣି ଗରମପାଇଁ ଇମରସନ୍ ହିଟର ବ୍ୟବହାର କରୁଥିଲେ ସର୍ତକତା ରହିବା,ନିଆଁ ପୋଇଁବା ସମୟରେ ଚାଦର ଘୋଡାଇହୋଇଥିଲେ ଯଥାସମ୍ଭବ ସର୍ତକତା ଅବଲମ୍ବନ କରିବା, ଗରମଖାଦ୍ୟ ସହ ଉଷୁମପାଣି ପିଇବା,ଚାଳ ଘରେ ନିଆଁ ପୋଉଁଥିଲେ ନିଆଁ ଲାଗିବାର ସମ୍ଭାବନା ଥିବାରୁ ଏହି ସ୍ଥାନରେ ନିଆଁ ପୋଇଁବା ବର୍ଜନ କରିବା,ନିଆଁପୋଇଁବା ବେଳେ ଛୋଟପିଲାଙ୍କ ପ୍ରତି ଦୃଷ୍ଟିଦେବା, ଗୃହପାଳିତ ପଶୁ ଓ ପକ୍ଷୀମାନଙ୍କୁ ରାତିରେ ବାହାରେ ରହିବାକୁ ନଦେବା ସହ ଥଣ୍ଡାରୁ ରକ୍ଷାପାଇବାପାଇଁ ସୁରକ୍ଷିତ ସ୍ଥାନରେ ଘୋଡାଇ ରଖିବା,ଶୀତ ଯୋଗୁ ଅସୁସ୍ଥତା ଅନଭବ କଲେ ଡାକ୍ତରଙ୍କ ପରାମର୍ଶ ନେବା ଆଦି ବିଷୟରେ ଜନସାଧାରଣ ସଚେତନ ରହିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ।

Leave A Reply

Your email address will not be published.