ଜାନୁୟାରୀ ୪ ରୁ ଶିଶିର ସରସ-୨୦୨୦

0 710

ଭୁବନେଶ୍ୱର,୨୭/୧୨(ଏସ୍ଏସ୍ ନିଉଜ) ଏଥର ଶିଶିର ସରସ-୨୦୨୦ ଭୁବନେଶ୍ୱର ୟୁନିଟ-୩ ସ୍ଥିତ ଇଡକୋପ୍ରଦର୍ଶନୀ ପଡିଆରେ ଜମାଇବ ଆସର । ଓଡିଆ ସାଂସ୍କୃତିକ କ୍ୟାଲେଣ୍ଡରରେ ଏକ ସ୍ୱତନ୍ତ୍ର ସ୍ଥାନ ପାଇସାରିଥିବା ଜାତୀୟସ୍ତରୀୟ ମେଳା ଶିଶିରସରସ ଜାନୁୟାରୀ ୪-୧୪ତାରିଖ ପର୍ଯ୍ୟନ୍ତ ୧୧ଦିନଧରି ଚାଲିବ ।
ଏହି ମେଳାରେ ପଡିବ ୩୦୦ଟି ଷ୍ଟଲ । ଏଥିପାଇଁ ସମସ୍ତ ପ୍ରସ୍ତୁତିପର୍ବ ସରିଛି ।ମିନି ଇଣ୍ଡିଆ ବଜାର ସଦୃଶ ଏହି ମେଳାରେ ଭାରତର ୨୫ଟି ରାଜ୍ୟ ଅଂଶଗ୍ରହଣ କରିବ ।ଉତରପୁର୍ବ ରାଜ୍ୟର ବାଉଁଶ ଶିଳ୍ପ ବ୍ୟବସାୟ,ଘରସଜ୍ଜାଫୁଲ ଓ ଫୁଲଦାନୀ,ଶୀତପୋଷାକ,ଉତରପ୍ରଦେଶର ହସ୍ତତନ୍ତ,ମଧ୍ୟପ୍ରଦେଶ ଓ ଛତିଶଗଡର ଟସର କପଡା ଓ ଲୁଗା,ରାଜସ୍ଥାନ,ଗୁଜୁରାଟ ଓ ମହାରାଷ୍ଟର ଖାଦ୍ୟ. ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁର ହସ୍ତତନ୍ତ ଓ ଘରକରଣା ସାମଗ୍ରୀ,ପଞାବର ଫୁଲକରୀ ପୋଷାକ ସହିତ ଜମ୍ମୁ ଓ କାଶ୍ମିରର ଶୀତପୋଷାକ ଓ ଡ୍ରେସ୍ ମଟେରିଆଲ ମେଳାର ମୁଖ୍ୟ ଆକର୍ଷଣ ସାଜିବାକୁ ଯାଉଛି ।ଓଡିଶାର ୩୦ଟି ଜିଲ୍ଲାର ସ୍ୱୟଂସହାୟକ ଗୋଷ୍ଠୀ ଓ ଉପ୍ତାଦକ ଗୋଷ୍ଠୀ ସେମାନଙ୍କ ହାତତିଆରି ସାମଗ୍ରୀ ଧରି ମେଳାରେ ସାମିଲ ହେବେ ।ଏଥି ମଧ୍ୟରୁ ୧୨ଟି ଷ୍ଟଲରେ ଖେଲାଯିବ ଫୁଡ କୋର୍ଟ । ଯେଉଁଥିରେ ବାରିପଦାର ମୁଢି ମାଂସ,କେନ୍ଦ୍ରାପଡାର ରସାବଳି,ଖୋର୍ଦ୍ଧାର ପାରମ୍ପାରିକ ଓଡିଆ ପିଠା ସାମିିଲ ହେବାକୁ ଯାଉଛି । କେବଳ ବିକ୍ରିବଟାରେ ସିମିତ ନରହି ଏହି ମେଳାରେ ଗ୍ରାହକମାନଙ୍କ ମନୋରଞନପାଇଁ ଶ।ସ୍ତ୍ରୀୟସଙ୍ଗିତ,ଲୋକନୃତ୍ୟ,ଓଡିଆ ଓ ହିନ୍ଦୀ ସଙ୍ଗୀତ କାର୍ଯ୍ୟକ୍ରମ ଦର୍ଶକମାନଙ୍କର ମନୋରଞନର ଖୋରକ ସାଜିବ ।ଓଡିଶା ଜୀବିକାମିଶନ,ମିଶନଶକ୍ତି,ହସ୍ତଶିଳ୍ପ ଓ ଲଘୁ ଉଦ୍ୟୋଗ,ଖଦୀ ଓ ଗ୍ରାମଦ୍ୟୋଗ, କମିଶନ ଓ ବୋର୍ଡ,ନାବାର୍ଡର ମିଳିତ ସହଯୋଗରେ ଏହି ମେଳା ଆୟୋଜନ ହେବାକୁ ଯାଉଛି ବୋଲି ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ।

Leave A Reply

Your email address will not be published.