ଫୋନ ପାଇ ପହଁଚୁଛନ୍ତି ନେତା ।

ସକାଳର ଖବର,୦୭-ଜୁଲାଇ-୨୦୨୧,ବୁଧବାର

0 218

୧ -ଆଜିହେବ ମୋଦିଙ୍କ ଦ୍ୱିତୀୟ ପାଳିର ପ୍ରଥମ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ । ସନ୍ଧ୍ୟା ୬ଟାରେ ଶପଥ ନେଇପାରନ୍ତି ନୂଆ ମୁହଁ । ଫୋନ ପାଇ ଦିଲ୍ଲୀରେ ପହଁଚୁଛନ୍ତି ନେତା ।

୨-କେନ୍ଦ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଚର୍ଚ୍ଚା ଭିତରେ ବଦଳିଲେ ୮ଟି ରାଜ୍ୟର ରାଜ୍ୟପାଳ ।ମଙ୍ଗୁଭାଇ ଛଗନ ଭାଇ ପଟେଲ-ମଧ୍ୟପ୍ରଦେଶ ରାଜ୍ୟପାଳ ।ଥାବର ଚନ୍ଦ ଗେହଲଟ – କର୍ଣ୍ଣାଟକ ରାଜ୍ୟପାଳ।ରମେଶ ବୈଶ – ଝାଡଖଣ୍ଡ ରାଜ୍ୟପାଳ।ବନ୍ଦାରୁ ଦତାତ୍ରେୟ – ହରିଆଣା ରାଜ୍ୟପାଳ।ସତ୍ୟଦେବ ନାରାୟଣ ଆର୍ଯ୍ୟ – ତ୍ରିପୁରା ରାଜ୍ୟପାଳ।ରାଜେନ୍ଦ୍ର ବିଶ୍ୱନାଥ ଅର୍ଲେକର – ହିମାଚଳ ପ୍ରଦେଶ ରାଜ୍ୟପାଳ।ପିଏଏସ ଶ୍ରୀଧରଣ ପିଲ୍ଲାଇ – ଗୋଆ ରାଜ୍ୟପାଳ।ହରିବାବୁ କମ୍ଭମପତି – ମିଜୋରାମ ରାଜ୍ୟପାଳ ।

୩–କେବଳ ପୁରୀରେ ହେବ ରଥଯାତ୍ରା; ପୁରୀ ବ୍ୟତୀତ ଓଡ଼ିଶାର ଅନ୍ୟତ୍ର ରଥଯାତ୍ରାକୁ ମନାକଲେ ସୁପ୍ରିମକୋର୍ଟ ; କେନ୍ଦ୍ରାପଡା, ଭଟଲି, ନୀଳଗିରି ଓ ବାରିପଦାରେ ରଥଯାତ୍ରା ପାଇଁ କରାଯାଇଥିଲା ଏକାଧିକ ଆବେଦନ ।

୪-ସଚେତନ ନହେଲେ ପୁଣି ଲାଗୁ ହେବ କରୋନା କଟକଣା: ଲବ୍‌ ଅଗ୍ରୱାଲ୍‌ ।

୫-‘ଆଜିର ଦିନଟି ମୋର’ ଓ ‘ଉର୍ବଶୀର ଗାଁ’ ପୁସ୍ତକକୁ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ।

୬-ପ୍ରଭାତ ରଞ୍ଜନ ବେଉରିଆ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରର ନୂଆ ନିର୍ଦେଶକ

୭-ଜେଇଇ ମେନ ୨୦୨୧: ଜୁଲାଇ ୨୦ ରୁ ୨୫ ତୃତୀୟ ସେସନ ଏବଂ ଜୁଲାଇ ୨୭ରୁ ଅଗଷ୍ଟ ୨ ଚତୁର୍ଥ ସେସନ ଅନୁଷ୍ଠିତ ହେବ ।

୮-ଭୁବନେଶ୍ୱର ମୋବାଇଲ ସୋ ରୁମରୁ ଚୋରି କରି ଧରାପଡିଲେ ସୁନ୍ଦରୀ ଲୁଟେରା । ଆଇଫୋନ ନେଇ ଫେରାର ହୋଇଯାଇଥିଲେ ଯୁବତୀ ।

୯-ସିବିଏସଇ ପରୀକ୍ଷା ଢ଼ାଞ୍ଚାକୁ ପରିବର୍ତ୍ତନ ପରେ ଓଡିଶାରେ ବି ଉଠିଲା ପରିବର୍ତନ ସ୍ୱର । ଶିକ୍ଷାବିତ କହିଲେ, ମାଟ୍ରିକ ଓ ଯୁକ୍ତ ଦୁଇରେ ଦୁଇଟି ବୋର୍ଡ ପରୀକ୍ଷା ହେଲେ ଭଲ ।

୧୦-–ରାଜ୍ୟରେ ୫ ବୃହତ ଶିଳ୍ପ ସଂସ୍ଥାର ସମ୍ପ୍ରସାରଣକୁ ମଞ୍ଜୁରୀ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହାଇଲେବୁଲ କ୍ଲିୟରାନ୍ସ କମିଟିର ମଞ୍ଜୁରୀ। ନିବେଶ ହେବ ୧.୪୬ଲକ୍ଷ କୋଟି, ୨୬,୯୫୯ଜଣଙ୍କୁ ନିଯୁକ୍ତି ସୁଯୋଗ। ଭୁଷଣ ଷ୍ଟିଲ, ଟାଟା ଷ୍ଟିଲ, ଜିନ୍ଦଲ ଷ୍ଟିଲ, ରୁଙ୍ଗଟା ମାଇନ୍ସ ସଂପ୍ରସାରଣକୁ ମଞ୍ଜୁରୀ ।

୧୧–ରଥଯାତ୍ରାରେ ଛେରାପହଁରା କରିବେ ଗଜପତି ମହାରାଜା ଦିବ୍ୟସିଂହ ଦେବ। ଛେରାପହଁରା ନେଇ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ସୂଚନା।

୧୨-ମୋତେ ଗିରଫ କରାଯିବ ନାହିଁ ବୋଲି ଗ୍ୟାରେଣ୍ଟି ଦେଲେ ମୁଁ ୟୁପି ପୁଲିସ ନିକଟରେ ହାଜର ହେବି: ଟ୍ବିଟର ଇଣ୍ଡିଆ ଏମଡି ମନିଷ ମାହେଶ୍ୱରୀ ।

୧୩-କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କ ସହ ବିବାଦ ମଧ୍ୟରେ ସୋନିଆ ଗାନ୍ଧୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ।

୧୪-ମାଟ୍ରିକ୍ ମୂଲ୍ୟାୟନ ବିବାଦକୁ ନେଇ ମାମଲା: ଗଣଶିକ୍ଷା ବିଭାଗ, ବୋର୍ଡକୁ ହାଇକୋର୍ଟଙ୍କ ନୋଟିସ୍ ।

 

Leave A Reply

Your email address will not be published.