ଆଜିର ଅନୁଚିନ୍ତା

ତାରିଖ - ୦୭:୦୭:୨୦୨୧,ବୁଧବାର

0 397

?ଅନ୍ୟକୁ ଦୋଷ ଦେବା ଆଗରୁ ନିଜକୁ ପରୀକ୍ଷା କରିବା ଦରକାର । ସମସ୍ତଙ୍କୁ ନିଜ ସହିତ ତୁଳନା କରିବା ଉଚିତ୍ ।
?ଅନ୍ୟର ଯିଏ ମଙ୍ଗଳ କରେ ତାର ମଙ୍ଗଳ ଅନ୍ୟ କେହି କରେ ।
?ଅନ୍ୟାୟ ଓ ପାପ ପଥରେ ଅର୍ଜ୍ଜନ କରାଯାଇଥିବା ଧନ କିଛି ବର୍ଷଯାଏଁ ତିଷ୍ଠି ରହିପାରେ । ଏହା ପରେ ତାହା ଆପେ ଆପେ ଧ୍ୱଂସ ହୋଇଯାଏ । ଏଣୁ ପାପ ଧନ ଠାରୁ ଦୂରେଇ ରହିବା ଆବଶ୍ୟକ ।
?ଅପବିତ୍ର, ଅଳିଆ ଯୁକ୍ତ ସ୍ଥାନରେ ପଡିଥିଲେ ବି ସୁନାକୁ ଗ୍ରହଣ କରିବା ଉଚିତ୍ । ଏଥିରେ ସଂକୋଚ କରିବାର କିଛି କାରଣ ନାହିଁ । ପଙ୍କରୁ ତ ପୁଣି ପଦ୍ମ ବିକଶିତ ହୁଏ
?ପାଦରେ ଆଘାତ ଲାଗିଲେ ମଣିଷ ଯେମିତି ଚାଲିବା ଶିଖିଯାଏ,ଠିକ ସେହିପରି ହୃଦୟରେ ଆଘାତ ଲାଗିଲେ ମଣିଷ ଏକୁଟିଆ ବଞ୍ଚିବା ଓ ମଣିଷ ଚିହ୍ନିବା ଶିଖିଯାଏ ।
ଆଜିର ସୁବିଚାର
?ସମ୍ପର୍କର ଡୋରି ସେତେବେଳେ ଦୁର୍ବଳ ହୋଇଯାଇଥାଏ, ଯେତେବେଳେ ଲୋକେ ନିଜ ଲୋକଙ୍କୁ ପର ଓ ପର ଲୋକଙ୍କୁ ନିଜର ଭାବିବାରେ ଲାଗିଯାନ୍ତି।
?ବଳ ପ୍ରୟଗ କରି ଶାନ୍ତି ପ୍ରତିଷ୍ଠା କରାଯାଇ ପାରେନା, ଦୁଇପଦ ମିଠାକଥା ଓ ଉତ୍ତମ ବୁଝାମଣା ଦ୍ବାରା ଶାନ୍ତି ପ୍ରତିଷ୍ଠା ହୋଇପାରିବ ।
?କେବେ ବି ନିରାଶ ହୋଇ ପଡନ୍ତୁ ନାହିଁ କାରଣ କୌଣସି ବି ସମୟରେ ଈଶ୍ବରଙ୍କ ଦ୍ବାରା ଏମିତି କିଛି ଜିନିଷ ଅକଳ୍ପନୀୟ ଭାବେ ଆସିବ ଯାହା ଆପଣ କଳ୍ପନା ବି କରି ନ ଥିବେ ।
?ସେମାନଙ୍କ ପାଇଁ ଯତ୍ନବାନ ହେବା ଆବଶ୍ୟକ ନୁହଁ ଯେଉଁମାନେ ଆପଣଙ୍କୁ ଅଣଦେଖା କରିଥାନ୍ତି । ସେହିମାନଙ୍କ ପାଇଁ ଯତ୍ନବାନ ହୁଅନ୍ତୁ ଯେଉଁମାନେ ଆପଣଙ୍କ ପାଇଁ ସଂସାରକୁ ଅଣଦେଖା କରିପାରନ୍ତି ।
?ଅନ୍ୟକୁ ସାହାଯ୍ୟ କରିବା ବହୁତ ପୁଣ୍ୟ କାମ, କିନ୍ତୁ ଏତେ ବି କାହାକୁ ସାହାଯ୍ୟ କରନ୍ତୁ ନାହିଁ ଯେ ସେହି ସାହାଯ୍ୟ ଆପଣଙ୍କ ପାଇଁ ଦୁଃଖର କାରଣ ହୋଇଯିବ ।
ଜୀବନରେ ସୁଖଶାନ୍ତି ରହିବାକୁ ହେଲେ ଦୁଇଟି ଶକ୍ତିର ନିହାତି ଆବଶ୍ୟକ…
ଗୋଟିଏ ହେଲା ସହିବା ଶକ୍ତି ଓ ଅନ୍ୟଟି ବୁଝିବା ଶକ୍ତି…
ଏହାକୁ ଯିଏ ପାଇଛି ସୁଖଶାନ୍ତି ରେ ସିଏ ରହିଛି…..
ସର୍ବେ ଭବନ୍ତୁ ସୁଖିନଃ। ସର୍ବେ ସନ୍ତୁ ନିରାମୟାଃ
ସର୍ବେ ଭଦ୍ରାଣି ପଶ୍ୟନ୍ତୁ ମା କଶ୍ଚିଦ୍ ଦୁଃଖଭାଗ୍ଭବେତ୍ ॥
ॐ ଶାନ୍ତିଃ ଶାନ୍ତିଃ ଶାନ୍ତିଃ
ଶୁଭ ଓଁ ନମଃ ଗଣନାୟକ,ସକାଳ,ଆଜି ବୁଧବାର ପ୍ରଭୁ ଗଜାନନ ଙ୍କ ନିକଟରେ କୋଟି କୋଟି ପ୍ରଣାମ,ପ୍ରଭୁ ଗଜାନନ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ପ୍ରଭୁଙ୍କ ନିକଟରେ ଏତିକି ମିନତୀ ‼️ ସୁପ୍ରଭାତମ୍ ‼️

Leave A Reply

Your email address will not be published.