ଏସ୍‌ସିବି ଭର୍ତ୍ତି ହେଲେ ୫ଜଣ ଡେଙ୍ଗୁ ଆକ୍ରାନ୍ତ

0 166

କଟକ, ୨୮/୭(ଏସଏସନିୟୁଜ) ମହାମାରୀ କରୋନା ର ପ୍ରକୋପ କମୁଥିବାବେଳେ ଡେଙ୍ଗୁକୁ ନେଇ ଚିନ୍ତା ବଢିବାକୁ ଲାଗିଲାଣି ।ରାଜଧାନୀ ଭୁବନେଶ୍ୱର ଶୈଳଶ୍ରିବିହାର ଅଂଚଳରୁ ଜଣେ ୧୫ବର୍ଷିୟା ନାବାଳିକା ଡେଙ୍ଗୁରେ ମୃତ୍ୟୁବରଣ କରିଥିବାର ଅଭିଯୋଗ ହୋଇଥିବାବେଳେ ଏସ୍‌ସିବିରେ ୫ଜଣ ଆକ୍ରାନ୍ତ ଭର୍ତ୍ତି ହୋଇଛନ୍ତି। ଏସ୍‌ସିବିରେ ଡେଙ୍ଗୁ ପାଇଁ ଖୋଲା ଯାଇଥିବା ସ୍ବତନ୍ତ୍ର ୱାର୍ଡରେ ଆଜି ଢେଙ୍କାନାଳର ୨ ଜଣ, ନୟାଗଡ, ଜଗତସିଂହପୁର,ବାଙ୍କୀ ଅଞ୍ଚଳରୁ ଜଣେ ଲେଖାଏଁ ରୋଗୀକୁ ମିଶାଇ ୫ଜଣ ଭର୍ତ୍ତି ହୋଇଥିବାର ଜଣାପଡିଛି ।

Leave A Reply

Your email address will not be published.