ପାଣି ପାଇଁ ବିଡିଓ କାର୍ଯ୍ୟାଳୟକୁ ବନ୍ଦ କଲେ ଗ୍ରାମବାସୀ

0 189

ସାକ୍ଷୀଗୋପାଳ,୨୭/୭(ଏସଏସନିୟୁଜ)ପାଣି ପାଇଁ ଗ୍ରାମବାସୀମାନେ ବିଡିଓଙ୍କ କାର‌୍ୟ୍ୟାଳୟ ବନ୍ଦ କରି ଧାରଣାରେ ବସିଲେ ।ଏହାକୁ ନେଇ ଉତେଜନା ଦେଖାଯିବାରୁ ସତ୍ୟବାଦୀ ଥାନା ପୋଲିସ ପହଁଚି ଗ୍ରାମବାସୀମାନଙ୍କୁ ବୁଝାସୁଜାକରି କାର୍ଯ୍ୟାଳୟ ଖୋଲିଥିଲ ।
ପ୍ରକାସ ଯେ,ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଦୁଗଲ ଗ୍ରାମ ପଞ୍ଚାୟତର ବୁଢ଼ୀମରା ଗ୍ରାମକୁ ପାନୀୟ ଜଳ ଯୋଗାଣ ବନ୍ଦ ରହିଛି । ବୀରଗୋବିନ୍ଦପୁର ଗ୍ରାମ ପଞ୍ଚାୟତକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ପଞ୍ଚୁକେରା ଗ୍ରାମ ମୁଣ୍ଡରେ ଏକ ପାଣି ଟାଙ୍କି କରିଛନ୍ତି । ଏଥିରୁ ବୀରଗୋବିନ୍ଦପୁର ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମକୁ ପାନୀୟ ଜଳ ଯୋଗାଣ କରାଯାଇଛି ।କିନ୍ତୁ ରାଇସିମିଲ ଓ ପ୍ରୋଟୋଲ ପମ୍ପ, ସାର ଆଦି ବ୍ୟବସାୟିକ ସଂସ୍ଥାକୁ ପାନୀୟ ଜଳ ଯୋଗାଣ କରିବା ପାଇଁ ପାଇପି ବିଛା ଯାଉଥିବାରୁ ଗ୍ରାମବାସୀ ମାନେ ତୁରନ୍ତ ଏହାକୁ ବନ୍ଦ କରିବା ପାଇଁ ଦାବୀ କରିଛନ୍ତି । ଦୁଇ ବା ତିନି ଦିନରେ ଥରେ ବୁଢ଼ୀମରା ଗ୍ରାମବାସୀ ମାନେ ପାନୀୟ ଜଳ ପାଇଥାନ୍ତି ତାହା ପୁଣି ଅଳ୍ପ ପରିମାଣର । ଏ ସମ୍ପର୍କରେ ବାରମ୍ବାର ସରପଞ୍ଚଙ୍କଠାରୁ ଆରମ୍ଭ କରି ବିଡିଓ, ଜିଲ୍ଲାପାଳଙ୍କୁ ଗ୍ରାମବାସୀ ମାନେ ଜଣାଇଥିଲେ ମଧ୍ୟ କୈାଣସି ସୁଫଳ ନ ମିଳିବାରୁ ଘେରାଉ କରିଥିଲେ । ପୋଲିସଙ୍କ ଉପସ୍ଥିତିରେ ବିଡିଓଙ୍କ ସହ ଗ୍ରାମବାସୀମାନେ ଆଲୋଚନା କରିବାସହ ପାଣି ଚୋରୀକୁ ତୁରନ୍ତ ରୋକା ଯିବା ସହ ବୁଢ଼ୀମରା ଗ୍ରାମକୁ ପାନୀୟ ଜଳ ଯୋଗାଣ କରାଯିବ ବୋଲି ପ୍ରତିଶୃତି ମିଳିବାପରେ ଆନ୍ଦୋଳନକାରୀ ମାନେ ଉଠିଥିଲେ ।

Leave A Reply

Your email address will not be published.