ଝିଅର ଦାମ ୩୦ ହଜାର

ଖବର ଆଜିର,ତାରିଖ ୨୮-୦୭-୨୦୨୧/ବୁଧବାର

0 303

୧-ବଙ୍ଗୋପସାଗରରେ ଆଜି ଏକ ଲଘୁଚାପ ୪ଦିନ ବର୍ଷା ।
୨-–ବାସବରାଜ ବୋମାଇ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ। ବେଙ୍ଗାଲୁରୁରେ ବିଧାୟକ ଦଳ ବୈଠକରେ ବାଜିଲା ମୋହର। ୬୧ ବର୍ଷିୟ ବୋମାଇଙ୍କ ନାମରେ ବାଜିଲା ମୋହର ।
୩–କରୋନା ନେଇ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ ଅଗ୍ରୱାଲଙ୍କ ସୂଚନା-ଦେଶରେ ଆରୋଗ୍ୟ ହାର ୯୭.୪ ପ୍ରତିଶତକୁ ବୃଦ୍ଧି। ଦେଶରେ ୫୪ ଜିଲାରେ ସଂକ୍ରମଣ ହାର ୧୦ ପ୍ରତିଶତରୁ ଅଧିକ ରହିଛି।
୪–ଦ୍ବିତୀୟ ଲହରରେ ଅମ୍ଳଜାନ ଅଭାବରୁ କେତେ ଜଣଙ୍କ ମୃତ୍ୟୁ ହୋଇଛି ତାହା ଜଣାଇବାକୁ ନିର୍ଦେଶ ଦେଲେ କେନ୍ଦ୍ର ସରକାର। ରାଜ୍ୟମାନେ ତଥ୍ୟ ଦେଲେ ତାହା ସଂସଦରେ ଉପସ୍ଥାପନ କରାଯିବ।
୫–କରୋନା କାଳରେ ବର୍ଷା ଦିନେ ଅଧିକ ସତର୍କ ରହିବାକୁ ପରାମର୍ଶ। ବର୍ଷାଦିନେ ବ୍ୟାପୁଥିବା ରୋଗ ସହ କରୋନା ମିଶିଲେ ସ୍ଥିତି ଅସମ୍ଭାଳ ହେବ। ବିଶେଷ କରି ଡେଙ୍ଗୁ ଚିକନଗୁନିଆ ଆଦି ରୋଗକୁ ରୋକିବାକୁ ପଡ଼ିବ।
୬–କ୍ୟାପିଟାଲ ହାଇସ୍କୁଲରେ ଅଭାବନୀୟ ଘଟଣା। ମାଆ ଓ ପୁଅଙ୍କ ଆତ୍ମହତ୍ୟା ଉଦ୍ୟମ। ଦଶମ ପରୀକ୍ଷା ପାଇଁ ଫର୍ମପୂରଣ ହୋଇନ ପାରିବାରୁ ପଦକ୍ଷେପ।
୭–ଆଇଆଇଟିଗୁଡ଼ିକରେ ନାମଲେଖା ପାଇଁ ଅକ୍ଟୋବର ୩ରେ ଜେଇଇ ଆଡଭାନ୍ସଡ୍‌ ଅନୁଷ୍ଠିତ ହେବ। କରୋନା କଟକଣା ମଧ୍ୟରେ ପରୀକ୍ଷା ଅନୁଷ୍ଠିତ ହେବ।
୮–ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କର ଗତ ସପ୍ତାହରେ ତିବତ ଗସ୍ତ ଭାରତ ପାଇଁ ବିପଦ ବୋଲି ଆମେରିକାର ଜଣେ ପ୍ରଭାବଶାଳୀ ସାଂସଦ କହିଛନ୍ତି ।
୯–ଆମେରିକାରେ ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ ମଙ୍ଗଳବାର ଠାରୁ ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି । ଆମେରିକାର ବୈଦେଶିକ ମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ ହେବ ।
୧୦-ସୁରକ୍ଷାକର୍ମୀଙ୍କ ବାବଦରେ ସୂଚନା ଦେବା ସହ ସାମଗ୍ରୀ ପରିବହନ ପାଇଁ ଛୋଟ ପିଲାଙ୍କୁ ବ୍ୟବହାର କରୁଛନ୍ତି ନକ୍ସଲ: କେନ୍ଦ୍ର ସରକାର ।
୧୧-ସ୍ଥାନାନ୍ତର ହେବନାହିଁ ଭୁବନେଶ୍ୱରର ଅନ୍ୟତମ ଐତିହ୍ୟ । ମାଷ୍ଟରକ୍ୟାଂଟିନ୍ ଛକରୁ ହଟିବନି ଘୋଡ଼ା ।
୧୨-ଝିଅର ଦାମ ୩୦ ହଜାର, ପୁଅର ଦାମ ୪ ଲକ୍ଷ । ରାଉରକେଲାରେ ବଡ଼ଧରଣର ପିଲା ବିକ୍ରି ରାକେଟର ପର୍ଦ୍ଦାଫାସ ।
୧୩-ଭାରତୀୟ ଅର୍ଥନୀତି ଉପରେ କରୋନା ମାଡ଼, ଅଭିବୃଦ୍ଧି ୯.୫% କୁ ଖସିବ : ଆଇଏମଏଫ୍ ।
୧୪-କୁନି ପିଲାଙ୍କୁ କରୋନା ଭୟ । ଇଣ୍ଡୋନେସିଆରେ ଗୋଟିଏ ସପ୍ତାହରେ ଶହେରୁ ଅଧିକ ଶିଶୁ ମୃତ, ମୃତକଙ୍କ ମଧ୍ୟରେ ୫ ବର୍ଷରୁ କମ୍ ବୟସର ଶିଶୁ ।
୧୫-ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ : ରାଜ୍ୟକୁ ଅଧିକ ଟିକା ଏବଂ ଔଷଧ ଦିଆଯିବା ଉପରେ ଗୁରୁତ୍ୱ ।
୧୬-ଭିକ ମାଗିବା ଉପରେ ବ୍ୟାନ ଲଗାଯାଇପାରିବନାହିଁ : ସୁପ୍ରିମକୋର୍ଟ ।
୧୭-ନାସାକୁ ୨ବିଲିୟନ୍‌ ଡଲାର୍‌ ଅଫର୍‌ ଦେଲେ ଜେଫ୍‌ ବେଜୋସ, ଚନ୍ଦ୍ର ମିଶନ ପାଇଁ କିଣିବେ ରକେଟ୍‌ ।
୧୮-ସିଏଏ ଲାଗୁ ପାଇଁ ଆଉ ଅଧିକ ୬ ମାସ ସମୟ ମାଗିଲେ ଗୃହ ମନ୍ତ୍ରାଳୟ ।
୧୯-–ଶ୍ରୀଲଙ୍କା ଗସ୍ତରେ ଥିବା ଭାରତୀୟ କ୍ରିକେଟ ଟିମ୍‌ର ଅଲରାଉଣ୍ଡର କୃନାଲ ପାଣ୍ଡ୍ୟା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଅଲରାଉଣ୍ଡର କୃନାଲ ପାଣ୍ଡ୍ୟା କରୋନା ପଜିଟିଭ ଚିହ୍ନଟ ହେବା ପରେ ଗତକାଲି ର T-20 ମ୍ୟାଚ ଆଜି ହେବ ।
୨୦-ପୁରୁଷ ହକି – ସ୍ପେନକୁ ୩-୦ରେ ହରାଇଲା ଭାରତ ।
୨୧-ମହାରାଷ୍ଟ୍ରରେ ବନ୍ୟା ପ୍ରଭାବିତ କୃଷକଙ୍କ ପାଇଁ ମୋଦୀ ସରକାରଙ୍କ ୭୦୦ କୋଟିର ରିଲିଫ ପ୍ୟାକେଜ । ଶୁଭ ସକାଳ,ସୁପ୍ରଭାତ।

Leave A Reply

Your email address will not be published.