ଶୁଭେଚ୍ଛା ଜଣାଇଲେ ମୋଦୀ ଓ ନବୀନ

0 222

ଭୁବନେଶ୍ୱର,୫/୮(ଏସଏସନିୟୁଜ) ଟୋକିଓ ଅଲିମ୍ପିକ୍ସରେ ଭାରତର ଐତିହାସିକ ବିଜୟ ପରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ,ମୋଦୀ ଓ ନବୀନ । ଅଲିମ୍ପିକ୍ସରେ ଐତିହାସିକ ବିଜୟ ପରେ ଶୁଭେଚ୍ଛାର ସୁଅ ଛୁଟୁଛି । ଜର୍ମାନୀକୁ ୫-୪ ଗୋଲରେ ହରାଇ ବ୍ରୋଞ୍ଜ ପଦକ ଜିତିଛି ଭାରତ । ୪୧ ବର୍ଷ ପରେ ଅଲିମ୍ପିକ୍ସରେ ମେଡାଲ ଜିତିଛି ପୁରୁଷ ହକି ଦଳ ।ଏହାପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୁଷ ହକି ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ।ଅନ୍ୟପଟେ ଟୋକିଓ ଅଲିମ୍ପିକ୍ସରେ ହକିରେ ଭାରତର ଐତିହାସିକ ବିଜୟ ପରେ ସାରା ଦେଶରେ ଉତ୍ସବର ମାହୋଲ । ଏହି ଚିତ୍ତାକର୍ଷକ ବିଜୟପରେ ବାଜା ବଜାଇ ନାଚି ଉତ୍ସବ ମନାଇଛନ୍ତି ହକିର ଏନ୍ତୁଡ଼ିଶାଳ କୁହାଯାଉଥିବା ସୁନ୍ଦରଗଡ଼ର ପାନପୋଷ ଷ୍ଟାଡିୟମରେ ହକି ଖେଳାଳି । ଭାରତୀୟ ହକି ଟିମରେ ସାମିଲ ହୋଇଥିଲେ ଦୁଇ ଓଡ଼ିଆ ଖେଳାଳି ଅମିତ ରୋହିଦାସ ଓ ବିରେନ୍ଦ୍ର ଲାକ୍ରା। ସୁନ୍ଦରଗଡ଼ର ଏହି ଦୁଇ ଖେଳାଳି ଆଜି ଐତିହାସିକ ବିଜୟ ଆଣିଥିବାରୁ ସ୍ଥାନୀୟ ଅଂଚଳରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି। ସେହିଭଳିଭାବେ ୪୧ ବର୍ଷ ପରେ ଭାରତର ଐତିହାସିକ ବିଜୟକୁ ନେଇ ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ହକି ଖେଳାଳିମାନେ ଖୁସିରେ ନାଚୁଥିବାର ଦେଖିବାକୁ ମିଳିଛି ।

Leave A Reply

Your email address will not be published.