୫୦ ହଜାର ଟଙ୍କା ପାଇଁ ଚାଲିଗଲା ଜୀବନ

0 186

ସାକ୍ଷୀଗୋପାଳ,୨୩/୮(ଏସଏସନିୟୁଜ) ୫୦ ହଜାର ଟଙ୍କା ପାଇଁ ଚାଲିଗଲା ଜୀବନ । ଶାଶୁ, ଶଶୁର ଓ ନଣନ୍ଦ ମିଶିକି ମାରିଦେଲେ ଭଉଣୀକୁ ବୋଲି ସତ୍ୟବାଦୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ମୃତକଙ୍କଭାଇ ।
ପ୍ରକାସ ଯେ, କଣାସ ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମର ଗୋକୁଳା ନନ୍ଦ ରାଉତରାୟଙ୍କ ଝିଅ ଗାୟତ୍ରୀ(୩୪)କୁ କେଦାର ନାଥ ରାଉତରାୟଙ୍କ ପୁଅ କିଶୋର ( ମିଲନ) ବେଦିକରିତୀରେ ୨୦୧୪ ମସିହାରେ ଆବଶ୍ୟକିୟ ମୁତାବକ ଯୈାତୁକ ପ୍ରଦାନ କରି ବିବାହ ହୋଇଥିଲା ।ବାହାଘରର ୧୬ଦିନପରେ କିଶୋର ଦୁବାଇ ପଳାଇଥିବାବେଳେ ଶାଶୁ , ଶଶୁରଙ୍କ ସହିତ ଗାୟତ୍ରୀ ରହି ଆସୁଥିଲା ।କିଛିଦିନତଳେ ଦୁବାଇରୁ ଆସି ୨ମାସ ଏଠାରେ ରହି ପୁଣି ଦୁବାଇ ପଳାଇଯାଇଥିଲା ।ତେବେ ଅଧିକ୫୦ହଜାର ଟଙ୍କାପାଇଁ ସ୍ୱାମୀଶାଶୁଶଶୁର ଓ ନଣନ୍ଦ ମାନସିକ , ଶାରୀରିକ ଯନ୍ତ୍ରଣା ଦେଉଥିବାର ଗାୟତ୍ରୀ ଏବିଷୟରେ ଆମକୁ ବହୁବାର ଜଣାଇଛି ।ଗାୟତ୍ରୀକୁ ତାର ଶାଶୁଘରଲୋକ ମାରିଦେଇଥିବାର ଖବରପାଇ ପହଞ୍ଚିଲା ବେଳକୁ ମୋ ଉଭଣୀ ସାକ୍ଷୀଗୋପାଳ ମେଡିକାଲରେପଡିଛି ବୋଲି ମୃତକଙ୍କ ଭାଇ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି । ସତ୍ୟବାଦୀ ଥାନା ପୋଲିସ ଶବକୁ ଜବତ କରିବାସହ ଏକ ମକଦ୍ଦମାରୁଜୁ କରି ବ୍ୟବଛେଦପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ।

Leave A Reply

Your email address will not be published.