ବ୍ରାଉନସୁଗାର ସହ ଜଣେ ଗିରଫ

0 220

ଜଟଣୀ.୨୩/୮(ଏସଏସନିୟୁଜ) ଅବକାରୀ ବିଭାଗର ନିସ୍କ୍ରିୟତା ଯୋଗୁ ଜଟଣୀ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଦୀର୍ଘଦିନ ହେବ ବ୍ୟପକ ଭାବେ ନିଶା କାରବାର ବୃଦ୍ଧି ପାଇଥିଲା ।ଜଟଣୀ ପୋଲିସ ଚଢଉକରି ସୋମବାରଦିନ ଜଣେ ବ୍ରାଉନସୁଗାର ମାଫିଆକୁ ଗିରଫ କରି ତା ଠାରୁ ୧୧ ଗ୍ରାମ ବ୍ରାଉନସୁଗାର ଓ ନଗତ ୩୨,୫୦୦ ଟଙ୍କା ଜବତ କରି ତାକୁ କୋର୍ଟଚାଳଣ କରିଛି ।ସିଏ ହେଲା ବଡନୂଆଗାଁ ଅଞ୍ଚଳର ଅଜୟ ନାୟକ( ନନ୍ଦୁ ) ।ତେବେ ଗତକିଛିଦିନହେବ ଜଟଣୀ ଥାନା ନିଶାଡି ଓ ନିଶାବେପାରୀଙ୍କୁ ସାବାଡ କରୁଥିବାର ଦେଖିବାକୁ ମିଳିଛି ।

Leave A Reply

Your email address will not be published.