ଆଜିର ଅନୁଚିନ୍ତା

0 315

ଆଜିର ନୀତିବାଣୀ
➡️”ରୋଷେଇ ଘରେ ଝାଡୁ ରଖନ୍ତୁ ନାହିଁ | ଝାଡୁକୁ ସମସ୍ତଙ୍କ ଦୃଷ୍ଟି ପଡୁନଥିବା ସ୍ଥାନ ରେ ରଖନ୍ତୁ !!
➡️”କଲମର ନିଜସ୍ୱ କ୍ଷମତା ନାହିଁ,ହେଲେ ଅନ୍ୟର ଆଙ୍ଗୁଳି ନିର୍ଦେଶରେ ସେ ବିଭିନ୍ନ କଥା ବର୍ଣ୍ଣନା କରିପାରିଥାଏ !!
➡️”ତେଉତ୍ସାହିତ ହେବାର ଅଭିନୟ କରୁଥିବା ବ୍ୟକ୍ତି ହିଁ ଜଣେ ଚମତ୍କାର କଳାକାର !
➡️”ସ୍ଥିର ତଥା ଏକାଗ୍ରତାର ସହ କାମ କଲେ ଏହାର ସମାଧାନ ଉତ୍ତମ ହେବା ସହ ସଫଳତା ମିଳିଥାଏ ବୋଲି ବୀଜ୍ଞ ବ୍ୟକ୍ତିଙ୍କ ମତ… !
➡️”ଯଦି ଆପଣ ବାର ବାର ଦୁର୍ଘଟଣା ରେ ସମ୍ମୁଖୀନ ହେଉଛନ୍ତି ତାହେଲେ ଘରୁ ବାହାରକୁ ଯିବା ବେଳେ ଆପଣ ଦୁବ ଦୁଇ କେରା ସାଙ୍ଗରେ ନେଇକି ଯାଆନ୍ତୁ !!
ଆଜିର ଅନୁଚିନ୍ତା
➡️”ଯେତେବେଳେ କଳିଯୁଗ ଆସିବ ମଣିଷ ମତଲବୀ ହୋଇ ଯିବ ଦରକାର ସମୟରେ ତୁମର ଗୋଡ଼ ତଳେ ପଡି ଯିବ କିନ୍ତ ଯେତେବେଳେ ଆବଶ୍ୟକ ନ ରହିବ ତୁମକୁ ଚିହ୍ନି ବି ପାରିବ ନାହିଁ !!
➡️”ଆଖୁରୁ ଝରୁଥିବା ଲୁହ ଓ ନୀରବତା ପଛରେ ଲୁଚିରହିଥିବା ଦୁଃଖ , ବୁଝିପାରୁଥିବା ଭଳି ମଣିଷଟି ଯଦି ଆପଣଙ୍କ ପାଖରେ ଅଛି , ତେବେ ବୁଝିନିଅନ୍ତୁ ଆପଣ ଦୁନିଆରେ ଜଣେ ଭାଗ୍ୟବାନ ମଣିଷ !!
➡️”ନିଜକୁ ଅନ୍ୟମାନଙ୍କ ସହିତ ତୁଳନା କର ନାହିଁ , କାହିଁକି ନା ପ୍ରତ୍ୟେକ ଫଳର ଭିନ୍ନ ଭିନ୍ନ ସ୍ୱାଦ ରହିଥାଏ !!
➡️”କାହା ଉପରେ ଅଧିକ ଆଶା ରଖନ୍ତୁ ନାହିଁ ….. କାହାକୁ ଅଧିକ ବିଶ୍ବାସ କରନ୍ତୁ ନାହିଁ ….. କାହିଁକିନା ମଣିଷ ଆଶା ବଦଳରେ ଲୁହ ….. ଆଉ ବିଶ୍ବାସ ବଦଳରେ ବିଷ ଦେବାପାଇଁ ବେଶୀ ସମୟ ନିଏ ନାହିଁ …… !!
➡️”ଯଦି କାହାକୁ ଧୋକା ଦେଇ ଥାଅ ଭାବି ଖୁସି ହୁଅନି ଯେ ସେ ଲୋକଟା ନିହାତି ମୁର୍ଖ ଓ ବୋକା ବୋଲି । ମନେ ରଖିବା ଉଚିତ ସେ ତୁମକୁ ବିଶ୍ଵାସ କରିଥିଲା ଯାହାର ଯୋଗ୍ୟ ତୁମେ ନୁହଁ !!
➡️”ଭଗବାନ କେବେ ହେଲେ ପ୍ରାଣୀ ଙ୍କ ର ଅମଙ୍ଗଳ ଚିନ୍ତା କରନ୍ତି ନାହିଁ ପ୍ରାଣୀ ନିଜେ ହିଁ ତା ‘ ର କର୍ମ କରି ନିଜ ଅମଙ୍ଗଳ କୁ ଆମନ୍ତ୍ରଣ କରିଥାଏ !!
➡️” ତୁମେ ତୁମର ଭବିଷ୍ୟତକୁ ବଦଳାଇ ପାରିବ ନାହିଁ । କିନ୍ତୁ , ତୁମର ଅଭ୍ୟାସକୁ ବଦଳାଇ ପାରିବ । ଆଉ ତୁମର ଅଭ୍ୟାସ ଦିନେ ତୁମର ଭବିଷ୍ୟତ ବଦଳାଇ ଦେବ
ଆଜିର ସୁବିଚାର
➡️”ସବୁବେଳେ ଲୁଣ ପରି ହେବାକୁ ଚେଷ୍ଟା କରନ୍ତୁ , ଯେପରି କେହି ବି ଆପଣଙ୍କ ଉପସ୍ଥିତି ଜାଣି ପାରିବେ ନାହିଁ , କିନ୍ତୁ ଆପଣଙ୍କ ଅନୁପସ୍ଥିତିକୁ ସବୁ କାଯ୍ୟରେ ଅନୁଭବ କରି ପାରିବେ !!
➡️”ଅହଙ୍କାର ସେଇମାନେ କରନ୍ତି , ଯିଏ ହଠାତ୍ କିଛି ପାଇଯାଇଥାଆନ୍ତି , ଯାହାର ଯୋଗ୍ୟ କେବେ ନଥିଲେ । ଏବଂ ଏମାନେ ସମସ୍ତଙ୍କୁ ନୀଚ୍ଚ ଦୃଷ୍ଟିରେ ଦେଖନ୍ତି । ଏଭଳି ବ୍ୟକ୍ତିଙ୍କ ସହ ସମ୍ପର୍କ ଆତ୍ମସମ୍ମାନ ହାନିର କାରଣ ହୋଇଥାଏ !!”
➡️”ଯେତେବେଳେ ମନୁଷ୍ୟ ହାତରେ ଟଙ୍କା ଅଛି ସେ ନିଜେ ଭୁଲିଯାଏ ସେ କିଏ କିନ୍ତୁ ଯେତେବେଳେ ମନୁଷ୍ୟର ହାତ ଖାଲି ହୁଏ ସମଗ୍ର ବିଶ୍ବ ତାକୁ ଭୁଲିଯାଏ ସେ କିଏ !!
➡️”ମୋ ବିଷୟରେ କିଏ କଣ ଭାବୁଛି I don’t care କାହିଁକିନା ମୁଁ କାହାକୁ Impress କରିବା ପାଇଁ ଜନ୍ମ ନେଇନି !!
➡️”ହରେଇ ସାରିଲା ପରେ ହିଁ ଏହି ଭାବନା ଆସେ, କେତେ ମୂଲ୍ୟବାନ ଥିଲା ସମୟ ,ବ୍ୟକ୍ତି ଆଉ ସମ୍ପର୍କ !!
➡️”ଯିଏ ସମ୍ମାନ ମିଳିଲେ ବି ଗର୍ବ କରେନାହିଁ , ଯିଏ ଅପମାନ ହେଲାପରେ ରାଗେନାହିଁ , ଏବଂ ରାଗିଯାଇ ବାଧିଲା ଭଳି କଥା କହେ ନାହିଁ , ବାସ୍ତବରେ ସେ ହିଁ ମହାନ ହୋଇଥାଏ !!
➡️”କିଏ ତୁମର ପ୍ରଶଂସା କଲେ, କିଏ ତୁମର ନିନ୍ଦା କଲେ ସେ ସବୁ ଶୁଣନି ଜାଣି ରଖ Iଲୋକଙ୍କ କଥାରେ କୋଇଲା କେବେ ସୁନା ହେବନି !!
🙏ଜୟ ଶ୍ରୀ ରାମ🙏.ଶୁଭ ସକାଳଆଜି ମଙ୍ଗଳବାର ପ୍ରଭୁ ହନୁମାନ ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ !ପ୍ରଭୁ ହନୁମାନ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମୋର ପ୍ରଭୁଙ୍କ ନିକଟରେ ଏତିକି ମିନତୀ !

Leave A Reply

Your email address will not be published.