ବନ୍ଧାହେଲେ ୫ ସରକାରୀ ବାବୁ

ଖବର ଆଜିର ତାରିଖ ୨୪/୦୮/୨୧, ମଙ୍ଗଳବାର

0 249

୧-ତୃତୀୟ ଲହର ଆସିଲେ ଓଡିଶାରେ ଦୈନିକ ସଂକ୍ରମଣ ୧୪ ହଜାର ଟପିପାରେ,ଆସିଲା ଚିନ୍ତାଜନକ ରିପୋର୍ଟ।ଶିଶୁମାନଙ୍କ ପାଇଁ ଅଧିକ ସଂଖ୍ୟାରେ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ଆମ୍ବୁଲାନ୍ସ, ଭେଣ୍ଟିଲେଟର ପ୍ରସ୍ତୁତ ରଖିବାକୁ କୁହାଯାଇଛି।
୨-ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା: ୫ ନୂଆ ମାଧ୍ୟମିକ ବୋର୍ଡ଼କୁ ରାଜ୍ୟ ସରକାରଙ୍କ ଅନୁମତି।
୩-ଜଗତସିଂପୁର ଜିଲ୍ଲା କୁଜଙ୍ଗ ତହସିଲ:ବନ୍ଧାହେଲେ ୫ ସରକାରୀ ବାବୁ , ତହସିଲଦାରଙ୍କ ସମେତ ୪ RI ଗିରଫ, ଜମି ଜାଲିଆତି ମାମଲାରେ ଚଢଉ କଲା ଭିଜିଲାନ୍ସ।
୪-ଅଚାନକ କୋରାପୁଟ ସ୍କୁଲ ପରିଦର୍ଶନ କଲେ ଗଣ ଶିକ୍ଷା ମନ୍ତ୍ରୀ ସମୀର ଦାଶ ,ପଢିଲେ ପଢାଇଲେ।ପିଲାଙ୍କ ଉତ୍ତର ପାଇ ବେଶ ଖୁସି ପ୍ରକଟ କଲେ।
୫-୫-ଟିରେ ସ୍କୁଲ ରୂପାନ୍ତରଣ: ଦ୍ବିତୀୟ ପର୍ଯ୍ୟାୟରେ ହିଞ୍ଜିଳିର ଆଉ ୧୦ଟିକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ।
୬-ବହୁ ଚର୍ଚ୍ଚିତ ଦିପୁ-ଓମ ହତ୍ୟାକାଣ୍ଡ ଘଟଣା: ଡି-ବଦର୍ସଙ୍କ ଘନିଷ୍ଠ ସହଯୋଗୀ ପ୍ରଦୀପ ସାହୁ ଗିରଫ
୭-ଉତ୍କଳ ବିଶ୍ୱବିଦ୍ୟାଳୟ ଫାଟକ ଆଗରେ ଆଇନ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ, ୬ ମାସରେ ୪ଟି ସେମିଷ୍ଟର ପରୀକ୍ଷା କରିବା ନିଷ୍ପତ୍ତିକୁ ବିରୋଧ
୮-ସମ୍ଭାବ୍ୟ ମରୁଡ଼ି ମୁକାବିଲା ନେଇ ପ୍ରସ୍ତୁତ ରାଜ୍ୟ ସରକାର, ପ୍ରସ୍ତୁତ ହୋଇଛି ସ୍ବତନ୍ତ୍ର ଆକ୍ସନ ପ୍ଲାନ
୯-ଘରୋଇ ସଂସ୍ଥାକୁ ମିଳିବ ୨୫ ଏୟାରପୋର୍ଟ, ୧୫ ରେଳଷ୍ଟେସନ, ୧୬୦ କୋଇଲା ଖଣିର ପରିଚାଳନା ଭାର।
୧୦-କାବୁଲ ବିମାନ ବନ୍ଦରରେ ଭୀଷଣ ଗୁଳିଚାଳନା; ତାଲିବାନକୁ କଡା ଜବାବ ଦେଉଛନ୍ତି ଆମେରିକା ଓ ପାଶ୍ଚାତ୍ୟ ସୈନ୍ୟ।
୧୧-କେନ୍ଦ୍ର ଅଧୀନସ୍ଥ ଶିକ୍ଷାନୁଷ୍ଠାନରେ ଖାଲି ପଡିଥିବା ଅଧ୍ୟାପକ ପଦବୀ ନିଯୁକ୍ତିରେ ଓବିସି ଓ ଆର୍ଥିକ ଅନଗ୍ରସରଙ୍କୁ ପ୍ରଧାନ୍ୟ ଦିଆଯିବ – ଧର୍ମେନ୍ଦ୍ର ପ୍ରଧାନ। । ସୁପ୍ରଭାତ, ଗୁଡମର୍ଣିଂ। ।

Leave A Reply

Your email address will not be published.