ସିରିଜି ଚୋରି ଘଟଣାର ପର୍ଦାଫାଶ କଲା ପୋଲିସ

0 215

ଡେଲାଙ୍ଗ,୧/୯(ଏସଏସନିୟୁଜ)ଡ଼େଲାଙ୍ଗ ଥାନା ଅଞ୍ଚଳରେ ଗୋଟିଏ ରାତିରେ ୪ ଟି ସ୍ଥାନରୁ ହୋଇଥିବା ଚୋରୀ ଘଟଣାର ପର୍ଦାଫାସ କରିବା ସହ ୪ଜଣଙ୍କୁ ଗିରଫ କରି ଚୋରୀ ସାମଗ୍ରୀ ଜବତ କରିଛି ।ଗିରଫ ଯୁବକମାନେ ହେଲେ ସଞ୍ଜୟ ବେହେରା, ବିଶ୍ୱଜିତ୍ ବେହେରା, ସନ୍ତୋଷ ମାଲିକ, ଆଜମତ ଖାଁ ଙ୍କ ସହ ଅନ୍ୟ ଦୁଇଜଣ । ଅଭିଯୋଗ ମିଳିବାପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା ।ତେବେ ଗିରପ ହୋଇଥିବା ଅଭିଯୁକ୍ତମାନେ ଗୋଟିଏ ରାତିରେ ୪ ସ୍ଥାନ ରୁ ଚୋରି କରି ଚୋରି ସାମଗ୍ରୀ ବିକ୍ରିକରି ଥିବା ପୋଲିସ ନିକଟରେ ସ୍ଵୀକାର କରିଥିଲେ ।ତେବେ ପୋଲିସ ଅଭିଯୁକ୍ତଙ୍କ ଠାରୁ ପାଣି ମୋଟର ୩ ଟି, ଫ୍ରିଜ୍ ୧ଟି , ଷ୍ଟାଣ୍ଡ ଫ୍ୟାନ୍ ୧ଟି, ଓଭାନ, ବିଦ୍ୟୁତ ବିଭାଗର ସରଞ୍ଜାମ,ଏଲଡି ଟିଭି ଜବତ କରିଛି ।

Leave A Reply

Your email address will not be published.