ହଙ୍ଗାମା କରିବା ପରେ…

ଆଜିର ଖବର,ତାରିଖ–୦୯-୦୯-୨୦୨୧(ଗୁରୁବାର)

0 303

୧. ଭାରତୀୟ ବାୟୁସେନା ୫୬ଟି ପରିବହନ ବିମାନ କିଣିବ, କ୍ୟାବିନେଟ ଦେଲେ ମଂଜୁରୀ ।
୨. ଟି-୨୦ ବିଶ୍ବକପ୍‌ ପାଇଁ ଭାରତୀୟ ଦଳ ଘୋଷିତ : ଅଶ୍ବିନ ଫେରିଲେ,ଧୋନି ଉତ୍ସାହଦାତା ।
୩. ଯଦି ସର୍ଜରୀ ସମୟରେ କୌଣସି ରୋଗୀଙ୍କ ମୃତ୍ୟୁ ହୋଇଯାଏ ତେବେ ଏହା ଡାକ୍ତରଙ୍କ ଅବହେଳା କାରଣରୁ ହୋଇଛି ବୋଲି କୁହାଯାଇ ପାରିବ ନାହିଁ । ଏହି ଗୁରୁତ୍ଵପୂର୍ଣ୍ଣ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ ।
୪. କ୍ରୀଡ଼ାବିତ୍‌ଙ୍କ ସହ ଭାବବିନିମୟ କଲେ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ।
୫. ଆଫଗାନିସ୍ତାନ ସ୍ଥିତି ନେଇ ରଣନୀତି ପ୍ରସ୍ତୁତ କରୁଛି ଭାରତ । ଦିଲ୍ଲୀରେ ରୁଷ୍ ପ୍ରତିପକ୍ଷଙ୍କୁ ଭେଟିଲେ ଡୋଭାଲ ।
୬. ପଞ୍ଜଶୀର ‘ସିଂହ’ଙ୍କ ବଡ଼ ବୟାନ, କହିଲେ- ଆମେ ଏବେ ବଞ୍ଚିଛୁ, କେବେ ବି ଫେରିପାରନ୍ତି ହଜାର ହଜାର ତାଲିବାନ ବିରୋଧୀ ଯୋଦ୍ଧା । ଏହିଭଳି ମନ୍ତବ୍ୟ ଦେଇଛନ୍ତି ମହମଦ ବଲୀ ମସୁଦ୍ ।
୭. ବିଦ୍ୟୁତ୍ ଦରକୁ ନେଇ ସରକାରଙ୍କ ଚଞ୍ଚକତା ଅଭିଯୋଗ । ଏପ୍ରିଲରେ ହୋଇଥିବା ଦର ବୃଦ୍ଧିକୁ ନେଇ ବିରୋଧୀ ବିଧାନସଭାରେ ହଙ୍ଗାମା କରିବା ପରେ ରିଭ୍ୟୁ ପିଟିସନ ଦାଖଲ ପାଇଁ ପ୍ରତିଶ୍ରୁତି ଦେଇଥିଲେ ବିଭାଗୀୟ ମନ୍ତ୍ରୀ ।
୮. ମୂର୍ତି ଉଚ୍ଚତାକୁ ନେଇ ବଦଳିପାରେ ନିଷ୍ପତ୍ତି । ଚାରି ଫୁଟରୁ ଅଧିକ ଉଚ୍ଚତାର ମୂର୍ତି ପାଇଁ ସହମତି ହୋଇଥିବା ସୂଚନା ।
୯. ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୫୭୪ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ । ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୯ ଲକ୍ଷ ୯୯ ହଜାର ୧୬୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୩ ହଜାର ୫୬୭ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୬ ହଜାର ୨୭୯ ଜଣ । ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୭୦ କୁ ବୃଦ୍ଧି ହୋଇଛି
୧୦. ୭ ଦିନରେ ରାଜ୍ୟରେ ୭୯୪ ପିଲା କରୋନାରେ ସଂକ୍ରମଣ ହୋଇସାରିଲେଣି । ଗତ ୨୪ଘଣ୍ଟାରେ ରାଜ୍ୟରେ ୧୮ବର୍ଷରୁ କମ୍‌ ୧୦୨ ପିଲା ସଂକ୍ରମିତ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
୧୧. ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା ନେଇ ଜାରି ହୋଇଛି ସାନି ଏସଓପି । ନୂଆ ଏସଓପି ଆସନ୍ତା ୧୩ ତାରିଖରୁ ଲାଗୁ ହେବ ।
୧୨. ଭାରତୀୟ କ୍ରିକେଟ ଦଳ ଆସନ୍ତା ବର୍ଷ ଜୁଲାଇରେ ଇଂଲଣ୍ଡ ସହ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଓ ଟି୨୦ ସିରିଜ୍‌ ଖେଳିବ ।
୧୩. ପଶ୍ଚିମ ଓଡ଼ିଶାର ୭ ଜିଲାର କେତେକ ପ୍ରଶାସନିକ ମଞ୍ଜୁରିପ୍ରାପ୍ତ ଉନ୍ନୟନ କାର୍ଯ୍ୟ ସକାଶେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ତରଫରୁ ୩ କୋଟି ୭୪ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି ।
➡️କୋଭିଡ଼୍ ନିୟମ ସମସ୍ତେ ପାଳନ କରନ୍ତୁ , ଟୀକା ନିଅନ୍ତୁ , ସର୍ବଦା ଜନଗହଳିକୁ Avoid କରନ୍ତୁ , ଘରେ ରୁହନ୍ତୁ ଓ ସୁସ୍ଥ ରୁହନ୍ତୁ ।(Please Take Care)ଶୁଭସକାଳ , GOOD MORNING ।

Leave A Reply

Your email address will not be published.