ଆଜିର ଅନୁଚିନ୍ତା

ତାରିଖ–୦୯-୦୯-୨୦୨୧(ଗୁରୁବାର)

0 705

🍁ସୁନ୍ଦର ମୁହଁଟିଏ କିଛିଦିନ ପାଇଁ ମନେ ରୁହେ।କିନ୍ତୁ ସୁନ୍ଦର ହୃଦୟରଟିଏ ସାରା ଜିବନ ପାଇଁ ମନରେ ସାଇତି ହୋଇ ରହିଯାଏ ।
🍁ମଣିଷର ପ୍ରକୃତି:-ପ୍ରଶୟ ଦେଲେ- ମୁଣ୍ଡରେ ଚଢ଼େ ଆଦର କଲେ- ଖୋସାମତ ଭାବେ ଉପଦେଶ ଦେଲେ- ମୁହଁ ମୋଡେ ଉପକାର କରିଥିଲେ- ଅସ୍ବୀକାର କରେ।
🍁ଜୀବନରେ କେବେ କାହା ପଛରେ ଦୌଡନାହିଁ। ତା ମନରେ ତୁମ ପ୍ରତି ଭଲ ପାଇବା ତ ବଢ଼ିବନି କିନ୍ତୁ ତୁମେ ତୁମ ନିଜର ଆତ୍ମସମ୍ମାନ ନିଶ୍ଚୟ ହରାଇ ବସିବ ।
🍁ଯିଏ ଜ୍ଞାନୀ ହୋଇଥାଏ ବୁଝେଇ ହେବ ଯିଏ ଅଜ୍ଞାନୀ ହୋଇଥାଏ ତାକୁବି ବୁଝେଇ ହେବ, କିନ୍ତୁ ଯିଏ ଅଭିମାନି ତାକୁ ବୁଝେଇବା ସମ୍ଭବ ନୁହେଁ। କେବଳ ସମୟ ହିଁ ତାକୁ ବୁଝେଇ ଦେଇଥାଏ।
🍁ଗୋଟିଏ ଘରେ ଯେତେ ବି ଲୋକ ରୁହନ୍ତୁ ନା କାହିଁକି, ଯଦି ‘ମା’ ନଥାଏ ତେବେ ସେ ଘର ବହୁତ ଖାଲି ଖାଲି ଲାଗିଥାଏ।
🍁ସତ୍ୟକୁ ଯେତେ ଦବାଇବାକୁ ଚେଷ୍ଟା କଲେ ମଧ୍ୟ ତାହା ସାମନାକୁ ବାହାରିପଡେ । ସଂସାରରେ ଖୁବ୍ କମ୍ ପ୍ରାଣୀ ଅଛନ୍ତି ଯାହାର ଭିତର ବାହାର ସମାନ ନଚେତ୍ ସବୁ ଅଲଗା ଅଲଗା ।
🍁ସନ୍ଦେହ ଏକ ଏପରି ରୋଗ ଯାହା ଜଣଙ୍କ ମନରେ ଥରେ ବସିଯାଏ ଆଉ ସାରା ଜୀବନ ମନରୁ ବାହାରି ନଥାଏ। ବେଳେ ବେଳେ ସନ୍ଦେହ ଭଲ ଘରକୁ ବି ଭାଙ୍ଗିକି ଚୁରମାର କରିଦିଏ ।
➡️ମଣିଷର ପ୍ରକୃତି :-“ସୁଖ ଦେଖିଲେ- ହିଂସା କରେ !!”ଭଲ ପାଇଲେ- ଆଘାତ କରେ !!”ଦୁଃଖ ସମୟରେ- ସୁଯୋଗ ଖୋଜେ !!”ସ୍ୱାର୍ଥ ପୁରାଣ ହେଲେ- ଛାଡି ଚାଲିଯାଏ !!
➡️”ଗୋଟେ କୁକୁରକୁ ୩ ଦିନ ଖାଇବାକୁ ଦିଅ , ସେ ତୁମକୁ ୩ ବର୍ଷ ମନେ ରଖିବ କିନ୍ତୁ ଗୋଟେ ମଣିଷକୁ ୩ ବର୍ଷ ଖାଇବାକୁ ଦିଅ ସେ ତୁମକୁ ୩ ଦିନରେ ଭୁଲି ଯିବ !!
➡️”ତୁମେ ଯଦି କାହାକୁ ସମ୍ମାନ ଦେଉନାହଁ ତେବେ କାହାଠାରୁ ତୁମ ପାଇଁ ସମ୍ମାନ ଆଶା କରନାହିଁ !!
➡️”ସ୍ୱପ୍ନ ସାକାର ହେବା ପୂର୍ବରୁ ।ତୁମକୁ ସ୍ୱପ୍ନ ଦେଖିବାକୁ ପଡିବ !!
➡️”ସ୍ବପ୍ନ ସେ ନୁହେଁ ଯେତେବେଳେ ଆପଣ ଶୋଇବା ପରେ ଦେଖନ୍ତି।ସ୍ବପ୍ନ ହେଉଛି ସିଏ ଆପଣଙ୍କୁ ରାତିରେ ଶୋଇବାକୁ ହିଁ ନ ଦିଏ !
➡️”ଯେଉଁ ଦିନ ଆମର ଦସ୍ତଖତ ଅଟୋଗ୍ରାଫରେ ପରିଣତ ହୁଏ,ମାନି ନିଅ ସେଦିନ ତୁମେ ସଫଳ ହୋଇଛ !!
ସମୟ ଆଉ ସଂସ୍କାର ଏ ଦୁଇଟିଯାକ ଆମ ସଫଳ ଜୀବନରେ ନିହାତି ଆବଶ୍ୟକ….କାରଣ… ସମୟ ଖରାପ ଚାଲିଥିଲେ ସଂସ୍କାରର ମାନେ କିଛି ନଥାଏ ଆଉ ଉତ୍ତମ ସଂସ୍କାର ନଥିଲେ ସମୟର ମାନେ କିଛି ନଥାଏ….ତେଣୁ…
ଏ ଦୁଇଟି କୁ ନିଜ ଆୟତ୍ତ ରେ ରଖନ୍ତୁ ଆଉ ସଫଳ ଜୀବନ ବିତାନ୍ତୁ ….ସର୍ବେ ଭବନ୍ତୁ ସୁଖିନଃ। ସର୍ବେ ସନ୍ତୁ ନିରାମୟାଃ ସର୍ବେ ଭଦ୍ରାଣି ପଶ୍ୟନ୍ତୁ ମା କଶ୍ଚିଦ୍ ଦୁଃଖ ଭାଗଭବେତ୍ ॥ ॐ ଶାନ୍ତିଃ ଶାନ୍ତିଃ ଶାନ୍ତିଃ॥ଶୁଭସକାଳ , ଆଜିର ଦିନଟି ଆପଣଙ୍କର ଶୁଭମୟ ଓ ମଙ୍ଗଳମୟ ହେଉ ! ଜୟ ମା’ ମଙ୍ଗଳା !

Leave A Reply

Your email address will not be published.