ନରାଜ ବ୍ୟାରେଜ ରୁ ଖସିପଡ଼ି ଯୁବକ ଗୁରୁତର

0 161

ବାରଙ୍ଗ,୮/୯(ଏସଏସନିୟୁଜ)ନରାଜ ବ୍ୟାରେଜ ରେ ଅଘଟଣ।ବ୍ୟାରେଜରୁ ତଳକୁ ଖସିପଡ଼ି ଜଣେ ଯୁବକ ଗୁରୁତର ହୋଇଛନ୍ତି।ଯୁବକ ଜଣକ ହେଉଛନ୍ତି ବାରଙ୍ଗ ଥାନା ଗୋଡିସାହି ଫାଣ୍ଡି ଅଧୀନସ୍ଥ ନରାଜ ଗ୍ରାମର ଦୀପକ ପୃଷ୍ଟି(୩୨)।ସୂଚନା ମୁତାବକ ବୁଧବାର ଅପରାହ୍ନରେ ଦୀପକ ମହାନଦୀର ଜଳସ୍ରୋତ କୁ ଦେଖୁଥିବା ସମୟରେ ଅସାବଧାନତା ବଶତଃ ଗୋଡ ଖସି ଯିବାରୁ ତଳେ ଥିବା କଂକ୍ରିଟ ଚଟାଣ ଉପରେ ଖସି ପଡ଼ିଥିଲେ।ଫଳରେ ତାଙ୍କର ଗୋଡ଼ ଭାଙ୍ଗି ଯାଇଥିଲା।ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଗୋଡିସାହି ଫାଣ୍ଡି ଏବଂ କଟକ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ।ତୁରନ୍ତ ଅଗ୍ନିଶମ ବାହିନୀ ଓ ଫାଣ୍ଡି ଅଧିକାରୀ ସୁବାସ ଚନ୍ଦ୍ର ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଆହତ ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଡାକ୍ତରଖାନା ପଠାଇଛନ୍ତି।

Leave A Reply

Your email address will not be published.