ଆଜିର ଅନୁଚିନ୍ତା

 ତାରିଖ - ୧୪:୦୯:୨୦୨୧(ମଙ୍ଗଳବାର)

0 330

🦋ନିଜର କଳ୍ପନା ଶକ୍ତିକୁ ବ୍ୟବହାର କରି ଜୀବନକୁ ପରିବର୍ତନ କରିବାର କ୍ଷମତା ଆମର ଅଛି । କଳ୍ପନା ଏକ ମାଂସପେଶୀ ଭଳି ଅଟେ । ଆମେ ଯେତେ ଏହାକୁ ଅଧିକ ବ୍ୟବହାର କରିବା, ସେ ସେତେ ଅଧିକ ଶକ୍ତିଶାଳୀ ହେବ ।
🦋ଯାହା ପାଖରେ ସମ୍ପର୍କର ଗୁରୁତ୍ୱ ବେଶି, ସେ କେବେବି ରାଗ କରି ବେସି ସମୟ ରହି ପାରେ ନାହିଁ ।
🦋ବିବାହ ରିଙ୍ଗ ଆମ ବିପରୀତ ହାତର ତୃତୀୟ ଆଙ୍ଗୁଠିରେ ପିନ୍ଧାଯାଏ କାରଣ ଏହା ହେଉଛି ଏକମାତ୍ର ଆଙ୍ଗୁଠି ଯାହାର ଶିରା ହୃଦୟ ସହିତ ସିଧାସଳଖ ସଂଯୁକ୍ତ ହୋଇଥାଏ ।
🦋ମୁସ୍କିଲ ରେ ବି ଯାହାର ଗୋଟିଏ ଝଲକ ଦେଖିବାକୁ ମିଳେ ନାହିଁ ସିଏ ହିଁ ଆମ ଜୀବନରେ ଖାସ୍ ବ୍ୟକ୍ତି ହୋଇଥାଏ ।
🦋ହସିବାକୁ ଭୁଲିଯାଇଥିବା ପ୍ରତ୍ୟେକ ମଣିଷର ଭୁଲିପାରୁ ନ ଥିବା ଜଣେ Secret ମଣିଷ ଥାଏ, ଯିଏ କି ସେ ଅତି ନିଜର ହୋଇଥାଏ
⚜️ଜୀବନରେ ଖରା, ବର୍ଷା, ଶୀତ ସହିବାକୁ ପଡିବ । କାରଣ ଯେଉଁ ଗଛ ଛାଇ ତଳେ ରହିଯାଏ, ସେହି ଗଛ ଭଲରେ ବଢିପାରେ ନାହିଁ
⚜️ଯାହା ଘଟି ଯାଇଛି ତାକୁ ଭୁଲି ଯାଅ, ଯାହା ଘଟୁଛି ତାକୁ ଗ୍ରହଣ କର, ଯାହା ଘଟିବାର ଅଛି ତା ଉପରେ ଭରଷା ରଖ । କାରଣ ଭଗବାନ ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ ।
⚜️ଜୀବନରେ ସଫଳତା ନାମକ ପୋଷାକ ପିନ୍ଧିବାକୁ ହେଲେ, ନିଜ ପାଖରେ ପରିଶ୍ରମ ନାମକ ଗୁଣ ରହିବା ନିତାନ୍ତ ଆବଶ୍ୟକ ।
⚜️” ଗର୍ବ ” କୋଉ କଥାରେ କରିବ —, ଯୋଉଠି ମଲା ପରେ ନିଜର ଲୋକବି ଛୁଇଁଲେ ସ୍ନାନ କଲାପରେ ଗୃହ ପ୍ରବେଶ କରିବେ …।
⚜️ଜୀବନର ଆରମ୍ଭ ସେଇଠି ହୁଏ ଯେଉଁଠି ଭୟ ଶେଷ ହୁଏ ।
⚜️I Miss You କହିବାକୁ ୩ ସେକେଣ୍ଡ୍ ଲାଗେ କିନ୍ତୁ miss କରିଥିବା ଲୋକ ହିଁ ଜାଣେ ସେହି ତିନୋଟି ଶବ୍ଦ କେତେ କଷ୍ଟ ଦିଏ ।
➡️”ଭାଗ୍ୟଶାଳୀ ସେମାନେ ନୁହଁନ୍ତି ଯେଉଁମାନେ ସବୁକିଛି ବିନା କଷ୍ଟରେ ପାଆନ୍ତି,ଭାଗ୍ୟଶାଳୀ ସେହିମାନେ ଅଟନ୍ତି ଯେଉଁମାନେ ଯାହା ପାଆନ୍ତି ତାହାକୁ ଆହୁରି ବହୁତ ଭଲ ଭାବେ ଉପଯୋଗ କରିଥାନ୍ତି !!
➡️”ସର୍ବଦା ସତ୍ୟ ଏବଂ ଧର୍ମର ପକ୍ଷରେ ଛିଡା ହୁଅନ୍ତୁ ଯଦିଓ ଆପଣଙ୍କୁ ଏକୁଟିଆ ରହିବାକୁ ପଡ଼ି ପାରେ .. !!
➡️”କିଛି କଥା ଏପରି ହୋଇଥାଏ ଯେ ଏହାକୁ କହିଥିବା ବ୍ୟକ୍ତି ଭୁଲିଯାଆନ୍ତି, କିନ୍ତୁ ଯିଏ ଏହା ଶୁଣିଥାନ୍ତି ତାଙ୍କୁ ତୀର ବାଜିଲେ ଯେପରି ଲାଗେ ସେପରି ଅନୁଭବ କରିଥାନ୍ତି !!
➡️”ଯଦି ଆପଣ ଉଚ୍ଚ ବିମାନରେ ଅଛନ୍ତି, କିଛି ଧୌର୍ଯ୍ୟ ରଖନ୍ତୁ,ପକ୍ଷୀମାନେ କୁହନ୍ତି ଯେ ଆକାଶରେ କୌଣସି ଠିକଣା ନାହିଁ !!
➡️”ଜଣେ ପ୍ରକୃତ ସଚ୍ଚା ବ୍ୟକ୍ତି ସାଧା ପୋଷାକରେ ମଧ୍ୟ ଉଜ୍ଜ୍ୱଳ ଦେଖାଯାଏ ଏବଂ ଜଣେ ମିଥ୍ୟା ବ୍ୟକ୍ତି ସୁଟ୍-ବୁଟ୍ ରେ ମଧ୍ୟ ଫିକା ଦେଖାଯାଏ !!
➡️”ଏମିତି କିଛି ତାରିଖ ଅଛି ଭୁଲି ହୁଏ ନାହିଁ ,ବହୁ ବର୍ଷ ପାର ହେଲା ପରେ ମଧ୍ୟ…… !!
➡️”କେବଳ ଦୁଇଜଣ ଲୋକ ଜାଣନ୍ତି ଯେ ଆମେ ଜୀବନରେ କେତେ ଠିକ୍ ଏବଂ କେତେ ଭୁଲ୍ କରିଛେ,ସେହି ଦୁଇ ଜଣ ହେଲେ ଭଗବାନ ଏବଂ ଅନ୍ତର ଆତ୍ମା, ଆଶ୍ଚର୍ଯ୍ୟର କଥା ଉଭୟ ଦୃଶ୍ୟମାନ ହୁଅନ୍ତି ନାହିଁ !!
ଆଜିର ନୀତିବାଣୀ
➡️”ଯିଏ ଜ୍ଞାନୀ ହୋଇଥାଏ ବୁଝେଇ/ହେବ ଯିଏ ଅଜ୍ଞାନୀ ହୋଇଥାଏ ତାକୁବି ବୁଝେଇ ହେବ, କିନ୍ତୁ ଯିଏ ଅଭିମାନି ତାକୁ ବୁଝେଇବାସମ୍ଭବ ନୁହେଁ। କେବଳ ସମୟ ହିଁ ତାକୁ ବୁଝେଇ ଦେଇଥାଏ !!
➡️”ମାଟିରେ ତିଆରି ପାରା-କୋଇଲି- ଶୁଆ ମୂର୍ତ୍ତି ଉତ୍ତରପୂର୍ବ କୋଣରେ ରଖନ୍ତୁ କିମ୍ବା ମାଟି ସୁରେଇରେ ପାଣି ଭରି ଉତ୍ତରପୂର୍ବ କୋଣରେରଖି ସେଇପାଣିକୁ ପିଇଲେ ଵାସ୍ତୂ ସମସ୍ୟା ଦୂର ହୋଇଥାଏ !!
➡️”ଛେଳି ଖୁରାର ଧୂଳି-ଘୁଷୁରି ଗୋଡ଼ ର ଧୁଳି- ଛାଞ୍ଚୁଣିର ଧୁଳି ଏବଂ ରଜସ୍ପଳା ନାରୀର ପାଦ ଧୁଳି ଠାକୁର ଘରେ ପଡିଲେ ଅଶୁଭ ହୋଇଥାଏ !!
➡️”ଯାହାର ରକ୍ଷା ଈଶ୍ୱର କରନ୍ତି,ତାହାର କ୍ଷତି କିଏ କରିବ.??ପବନ ଯେଉଁ ଦୀପଶିଖାକୁ ସୁରକ୍ଷା ଦେବ, ତାକୁ କିଏ ଲିଭାଇ ପାରିବ !!
➡️”ଏ ଜୀବନ ବହୁତ ଛୋଟ, ତେଣୁ ସେହି ମଣିଷ ସହିତ ଅଧିକ ସମୟ ବିତେଇବା ପାଇଁ ଚେଷ୍ଟା କର, ଯିଏ କି ତୁମକୁ ସବୁବେଳେ ଖୁସି ଓ ଭଲ ପାଇବା ଦେବାକୁ ଚାହିଁଥାଏ !!
🙏ଜୟ ଶ୍ରୀ ରାମ🙏ଶୁଭ ସକାଳ,ଆଜି ମଙ୍ଗଳବାର ଶ୍ରୀ ରାଧାଷ୍ଟମୀ, ପ୍ରଭୁ ହନୁମାନଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ ! ପ୍ରଭୁ ହନୁମାନ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ଶୁଭମୟ ଓ ମଙ୍ଗଳମୟ କରନ୍ତୁ ମୋର ପ୍ରଭୁଙ୍କ ନିକଟରେ ଏତିକି ମିନତୀ 🕉️ଜୟ ମା’ ମଙ୍ଗଳା🕉️

 

 

Leave A Reply

Your email address will not be published.