ସ୍ବାଭିମାନ ଅଂଚଳରେ ଚାଲିଛି ଘୋଡାଦୌଡ

0 229

ମାଲକାନଗିରି, ୨୨/୯(ଏସଏସନିୟୁଜ) ସ୍ବାଭିମାନ ଅଂଚଳରେ ଚାଲିଛି ଘୋଡାଦୌଡ ।ଛୋଟଛୋଟ ପିଲା,ଯାହାଙ୍କର ବୟସ ୧୨ବର୍ଷ ଭିତରେ ହେବ ସେମାନେ ଘୋଡାରେ ବସି ଦୈାଡ ପ୍ରତିଯୋଗୀତା କରୁଛନ୍ତି ।ଏହି ଭିଡିଓ ଏବେ ଭାଇରାଲ ହେଉଥିବାର ଜଣାପଡିଛି ।ପିଲାମାନେ ଘୋଡାଉପରେ ବସି କ୍ଷୀପ୍ର ଗତିରେ ଘୋଡ଼ାଙ୍କୁ ଦୌଡାଉଥିବାର ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।ବିନାପ୍ରଶିକ୍ଷଣରେ କିନ୍ତୁ ପିଲାଟି ଦିନରୁ ଘୋଡା ପିଠିରେ ବସିବା ଏବଂ ସେମାନଙ୍କୁ ନିଜ ଆୟତ୍ତକୁ ଆଣିବାର କଳାକୌଶଳ ନିଜେ ନିଜେ ଶିକ୍ଷାଲାଭ କରିଛନ୍ତି। ବିଛିନ୍ନାଞ୍ଚଳ ନକ୍ସଲଙ୍କର ଗଡ ଥିବା ବେଳେ ଏବେ କିନ୍ତୁ ସବୁ କିଛି ପରିବର୍ତନ ହେବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଗୁରୁପ୍ରିୟା ସେତୁ ନିର୍ମାଣ ପରେ ବିଛିନ୍ନାଞ୍ଚଳ ସ୍ବାଭିମାନ ଅଂଚଳରେ ପରିଣତ ହେବା ସହ ବିକାଶ ଧାରା ଜାରି ରହିଛି।

Leave A Reply

Your email address will not be published.