ମାନସିକ ପୁରଣଥିଲା ଶେଷଜୀବନ, ବାପ ପୁଅ ସହ ୩ ମୃତ ୬ ଗୁରୁତର

0 276

ଡେଲାଙ୍ଗ,୨୦/୧(ଏସଏସନିୟୁଜ)ଜୀବନର ଶେଷଦର୍ଶନ ଥିଲା ମା ତାରିଣୀପାଖରେ ।ପିଲାର ମାନସିକ ପୁରଣ ପାଇଁ ଧାଁଇଯାଇଥିଲେ ଘଟଗାଁ ତାରିଣୀ ।କିନ୍ତୁ ଏହି ଦର୍ଶନ ଶେଷ ଦର୍ଶନ ହେବ ସେ ଭାବିନଥିଲେ ।ମାନସିକ ତ ପୁରଣ କଲେ କିନ୍ତୁ ଏହିସବୁ ଘଟଣାକୁ ଦେଖିବାକୁ ସେ ବଂଚିନଥିଲେ ।ଦର୍ଶନ ସାରି ଘରକୁ ଫେରୁଥିବାବେଳେ ଘନକୁହୁଡି ହିଁ ଜୀବନ ନେଇଗଲା ।ଯେଉଁ ଟ୍ରାବେରାରେ ବସି ଅସୁଥିଲେ ସେ ହେଲା ଦୁର୍ଘଟଣାଗ୍ରସ୍ଥ । ଚାଲିଯାଇଥିଲା ୩ଜଣଙ୍କର ଜୀବନ । ଏହିଭଳି ଏକ ହୃଦୟବିଦାରକ ଦୃଶ୍ୟ ସୋମବାର ସକାଳେ ପାହଳ ଫାଣ୍ଡି ଅଧିନରେ ଘଟିଛି ।
ଡେଲାଙ୍ଗ ବ୍ଲକ ଅନ୍ତର୍ଗତ କୋଠବାଡ ପଂଚାୟତର ବଡଆଙ୍କୁଲାଗ୍ରାମର ଅବିନାଶ ପ୍ରଧାନ(୩୫),ପୁଅ ଅଂଶୁମାନ ପ୍ରଧାନ(୩) ସହିତ ତାଙ୍କ ଜଣେ ସମ୍ପର୍କିତଙ୍କର ଗତ ବିଳମ୍ବିତ ରାତିରେ ପାହଳ ଠାରେ ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ଜଣାପଡିଛି । । ମିଳିଥିବା ସୂଚନା ଅନୁଯାୟୀ ଘଟଗାଁ ତାରିଣି ପୀଠରେ ଛୁଆର ମାନସିକ ଚୁଟି ପକାଇବା ପାଇଁ ଏକ ଟ୍ରାବେରା ଗାଡିରେ ଅବିନାଶ ଓ ତାଙ୍କ ସମ୍ପର୍କିୟ ମୋଟ ୯ ଜଣ ଯାଇଥିଲେ । ସେଠାରେ ପୂଜାଅର୍ଚ୍ଚନା ସାରି ବାଳକାଟି ଅଭିମୁଖେ ଫେରୁଥିଲେ । ପାହଳ ଜାତିୟ ରାଜପଥରେ ଅତ୍ୟଧିକ କୁହୁଡି ହେବା ଯୋଗୁ ରସ୍ତା ଦୃଶ୍ୟମାନ ନହେବାରୁ ଏକ ଭାରୀଜାନ ସହିତ ଟ୍ରବେରା ଗାଡିର ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ଅବିନାଶ ଓ ତାଙ୍କର ୩ ବର୍ଷର ପୁଅ ସମେତ ସମ୍ପର୍କିୟ ସଢୁର ମୃତ୍ୟୁ ହୋଇଥିବା ଜଣାପଡିଛି । ସେହିବାଟ ଦେଇ ଭୂବନେଶ୍ୱର ମଧ୍ୟବିଧାୟକ ଅନନ୍ତନାରାୟଣ ଜେନା ଫେରୁଥିବା ବେଳେ ଏହି ଦୁର୍ଘଟଣା ଦେଖି ଆହତ ମାନଙ୍କୁ ସେଠାରୁ ଉଦ୍ଧାରକରି ମେଡିକାଲକୁ ପଠାଇ ପରିବାରକୁ ଖବର ଦେଇଥିଲେ । ଏହି ଦୁର୍ଘଟଣାରେ ଅବିନାଶ,ଅଂଶୁମାନ ଓ ପୁରୀର ଅନ୍ୟଜଣକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟମାନେ ଗୁରୁତର ଅବସ୍ଥାରେ ଚିକିତ୍ସାଧିନ ଥିବା ପରିବାର ପକ୍ଷରୁ ସୂଚନା ମିଳିଛି । ଅବିନାଶ ଉତରା ଠାରେ ସେସୁରେ ଠିକା କର୍ମଚାରୀ ଭାବେ କାର୍ଯ୍ୟରତ ଥିବା ବେଳେ ନିଜର ପରିବାରକୁ ନେଇ ବାଳକାଟିରେ ରହୁଥିଲେ । ଏହି ଘଟଣାରେ ଡେଲାଙ୍ଗ ଅଂଚଳରେ ଶୋକରଛାୟା ଖେଳିଯାଇଛି । ଏନେଇ ପାହଳ ଫାଣ୍ଡିରେ ଏକ ମାମଲା ରୁଜୁକରାଯାଇ ଶବ ବ୍ୟେବଚ୍ଛେଦ ନିମନ୍ତେ ଭୂବନେଶ୍ୱର ସରକାରୀ ଡାକ୍ତରଖାନାକୁ ପଠାଯାଇଛି ।

Leave A Reply

Your email address will not be published.