ପୂରା ଦୁନିଆରେ ହ୍ଵାଟ୍ସଆପ୍, ଫେସବୁକ ଓ ଇନଷ୍ଟାଗ୍ରାମ ସେବା ଠପ୍

ଆଜିର ଖବର,ତାରିଖ–୦୫-୧୦-୨୦୨୧, ମଙ୍ଗଳବାର

0 557

 

୧. ଶ୍ରୀମନ୍ଦିରର ୭ଟି ଦ୍ୱାରରେ ଚାଲିଥିବା ରୁପା ଛାଉଣୀ କାମ ଶେଷ ହୋଇଛି । ବେହେରଣ ଦ୍ୱାର, ଜୟବିଜୟ ଦ୍ୱାର, ସାତପାହାଚ ଦ୍ୱାର, ଭୋଗ ମଣ୍ଡପ ଦ୍ୱାର, ଲକ୍ଷ୍ମୀ ମନ୍ଦିର, ଆଦି ନୃସିଂହ ମନ୍ଦିର ଓ ବିମଳା ମନ୍ଦିର ଦ୍ୱାର ସବୁକୁ ରୁପା ଛାଉଣୀ କରାଯାଇଛି ।

୨. ଅଭୟାରଣ୍ୟରେ ଗୃହପାଳିତ ପଶୁ ପକ୍ଷୀଙ୍କୁ ବନ ବିଭାଗ ପକ୍ଷରୁ ଟିକାକରଣ ।

୩. ଚଳିତ ଆଇପିଏଲ ସିଜନର ଦ୍ୱିତୀୟ ଫେଜ୍‌ରେ ସୋମବାର ଏଠାରେ ଖେଳାଯାଇଥିବା ଡ୍ରାମାରେ ଭରପୂର ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)କୁ ୩ ଉଇକେଟରେ ହରାଇ ଦେଇଛି ଦିଲ୍ଲୀ କ୍ୟାପିଟାଲ୍ସ ।

୪. ଡ୍ରୋନରେ ପହଁଚିଲା କରୋନା ଟିକା । ଆଇସିଏମଆର୍ ଡ୍ରୋନ୍ ଭିତ୍ତିକ ଟିକା ଯୋଗାଣ ମଡେଲ୍ ଆଇ ଡ୍ରୋନ୍ ସେବାର ଆଜି ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ।

୫. ପୂରା ଦୁନିଆରେ ହ୍ଵାଟ୍ସଆପ୍, ଫେସବୁକ ଓ ଇନଷ୍ଟାଗ୍ରାମ ସେବା ଠପ୍, କମ୍ପାନୀ କହିଲା କେତେ ବେଳେ ସ୍ଥିତି ହେବ ସ୍ଵାଭାବିକ ।

୬. ଗଜପତିରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଭେଟିଦେଲେ ୮୨୦ କୋଟିର ପ୍ରକଳ୍ପ ।

୭. ଅଫିସରେ କିନ୍ନର କର୍ମଚାରୀଙ୍କ ସହ ଭେଦଭାବ ଏଣିକି ମହଙ୍ଗା ପଡ଼ିବ, ସରକାର ଜାରି କଲେ ନିର୍ଦ୍ଦେଶ ।

୮. ତାଲିବାନ୍ ନେଲା ପ୍ରତିଶୋଧ; ଆଇଏସ-କେ ବେସ୍ ଉପରେ କଲା ଆକ୍ରମଣ ।

୯. ବିଏମସି ପକ୍ଷରୁ ଜାରି ସୂଚନା ଅନୁସାରେ, ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ଏବେ ୩୪୩୨ଜଣ ସଂକ୍ରିୟ ସଂକ୍ରମିତ ରୋଗୀ ଥିବାବେଳେ ୧୯୪ଜଣ ସୁସ୍ଥ ହୋଇଛନ୍ତି । କୋଭିଡରେ ରାଜଧାନୀ ଭୁବନେଶ୍ୱରରେ ଏପର୍ଯ୍ୟନ୍ତ ୧୦୨୬ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଆଜି ଆଉ ୧୧୮ଜଣ ରୋଗୀ ଚିହ୍ନଟ ହୋଇଛନ୍ତି ।

୧୦. ବାହାଘର, ଶୁଦ୍ଧିକାର୍ଯ୍ୟରେ ୫୦ ଜଣଙ୍କୁ ଅନୁମତି ।

୧୧. ଅରିନ୍ଦମଙ୍କ ନାଁରେ ସ୍କଲାରସିପ୍‌ ଘୋଷଣା କଲା OTV ।

୧୨. ‘ପାଣ୍ଡୋରା ପେପର୍ସ’ ଲିକ୍ ମାମଲା; ଲକ୍ଷ ଲକ୍ଷ କୋଟି ଦୁର୍ନୀତିର ତଦନ୍ତ ନିର୍ଦ୍ଦେଶ ।

୧୩. ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ବିରୋଧରେ ଦେଶଦ୍ରୋହ ମାମଲା ପଞ୍ଜିକୃତ ହେଉ: ସିଦ୍ଧୁ ।

୧୪. ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୫୯୦ ଆକ୍ରାନ୍ତ: ଖୋର୍ଦ୍ଧାରୁ ସର୍ବାଧିକ । ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୧୦ ଲକ୍ଷ ୧୫ ହଜାର ୬୦୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୮ ହଜାର ୩୬୬ କୁ ବୃଦ୍ଧି ହୋଇଥିବାବେଳେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୪ ହଜାର ୪୮୫ ଜଣ । ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୮ ହଜାର ୨୨୦ କୁ ବୃଦ୍ଧି ହୋଇଛି ।

୧୫. ଗାଙ୍ଗଷ୍ଟାର ତଥା ଦୁର୍ଦ୍ଦାନ୍ତ ଅପରାଧୀ ହାଇଦର ପୁଅ ସେକ୍ କାଦିର ଓରଫ ମୁନ୍ନାକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି ।

୧୬. ଇଣ୍ଟନ୍‌ନେଟ୍ ସର୍ଚ୍ଚ ଇଞ୍ଜିନ୍ ଗୁଗଲ୍ ଅଗଷ୍ଟ ମାସରେ ୟୁଜର୍‌ଙ୍କ ପକ୍ଷରୁ ୩୫,୧୯୧ଟି ଅଭିଯୋଗ ପାଇଥିବା ବେଳେ ୯୩,୫୫୦ଟି ଆପତ୍ତିଜନକ କଣ୍ଟେଣ୍ଟ୍‌କୁ ହଟାଇଥିବା କମ୍ପାନୀର ଏକ ରିପୋର୍ଟରୁ ଜଣାପଡ଼ିଛି ।

୧୭. ବାତିଲ ହେବନି ନିଟ ପରୀକ୍ଷା । ସୁପ୍ରିମକୋର୍ଟ ଖାରଜ କଲେ ପୁନଃ ପରୀକ୍ଷା ପାଇଁ ହୋଇଥିବା ଆବେଦନକୁ । ସୁପ୍ରିମକୋର୍ଟ ସୋମବାର ଏକ ଆବେଦନର ଶୁଣାଣି କରି ଏପରି ନିଷ୍ପତି ଶୁଣାଇଛନ୍ତି ।

୧୮. ବଙ୍ଗୋପସାଗରରେ ବାରମ୍ବାର ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ଫଳରେ ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି
। ଏହାର ପ୍ରଭାବରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସାଙ୍ଗକୁ ବଜ୍ରପାତ ହେବାର ସମ୍ଭାବନା ରହିଛି ।

୧୯. ନୋବେଲ ପୁରସ୍କାର ୨୦୨୧ – ମେଡିସିନ କ୍ଷେତ୍ରରେ ଏହି ପୁରସ୍କାର ପାଇଲେ ଦୁଇ ଆମେରିକୀୟ ବିଜ୍ଞାନୀ । ସେମାନେ ହେଲେ ଡେଭିଡ୍ ଜୁଲିଅସ୍ ଏବଂ ଆର୍ଡେମ ପାଟପୁସିଆନ ।

୨୦. ଆଜି ମୁମ୍ବାଇ ଇଣ୍ଡିଆନ୍ସ–ରାଜସ୍ଥାନ ରୟାଲ୍ସ୍ ମଧ୍ୟରେ ଲଢ଼େଇ । ଖେଳ ସମୟ–ରାତି ୭:୩୦ ମି. ।

➡️କୋଭିଡ଼୍ ନିୟମ ସମସ୍ତେ ପାଳନ କରନ୍ତୁ , ଟୀକା ନିଅନ୍ତୁ , ସର୍ବଦା ଜନଗହଳିକୁ Avoid କରନ୍ତୁ , ଘରେ ରୁହନ୍ତୁ ଓ ସୁସ୍ଥ ରୁହନ୍ତୁ ।(Please Take Care)ଶୁଭସକାଳ , GOOD MORNING

Leave A Reply

Your email address will not be published.