ଭୁବନେଶ୍ବର,୫/୧୦(ଏସ ଏସ ନିୟୁଜ) ବାଦାମବାଡି ଥାନା ପୋଲିସ ବନ୍ଧୁକ ଡ଼ିଲ ବେଳେ ଚଢ଼ାଉ କରି ୫ଜଣଙ୍କୁ ଗିରଫ କରିବା ସହ ୩ ଟି ବନ୍ଧୁକ ଓ ୧୬ ରାଉଣ୍ଡ ଗୁଳି ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଆଲବମ ନିର୍ଦେଶକ ଶଙ୍କରପୁର ଅଂଚଳର ଜିତୁ ରାଉତ , ଜ୍ଞାନରଞ୍ଜନ ସାହୁ ଓରଫ ନବ, ପ୍ରକାଶ ରାଉତ ଓରଫ ପପୁ, ପ୍ରମୋଦ ରାଉତ ଓରଫ ଜିତୁ ଓ ସୁଶାନ୍ତ ପରିଡା।ଗତକାଲି ଅପରାହ୍ନରେ ବାଦାମବାଡ଼ି ଅଞ୍ଚଳରେ ବନ୍ଧୁକ ଡ଼ିଲ ଚାଲିଥିବାବେଳେ ପୋଲିସ ଚଢ଼ାଉ କରିଥିଲା। ଚଢ଼ାଉ କରି ଆଲବମ ନିର୍ଦେଶକ ଜିତୁ ରାଉତ ସମେତ ୪ଜଣଙ୍କୁ ହେପାଜତ ନେଇଥିଲା।ପରେ ପଚରାଉଚରା ବେଳେ ସେମାନେ ବନ୍ଧୁକ କାରବାର କରୁଥିବାର ଜଣାପଡିଥିଲା।ପରେ ପୋଲିସ ସେମାନଙ୍କ ଠାରୁ ୩ ଟି ବନ୍ଧୁକ ଓ ୧୬ ରାଉଣ୍ଡ ଗୁଳି ଜବତ କରି ଆଜି କୋର୍ଟ ଚାଲାଣ କରିଛି।