ବିଏମସି ଅଫିସ୍ ଘେରାଉ

0 246

ଭୁବନେଶ୍ୱର, ୫/୧୦(ଏସ ଏସ ନିୟୁଜ) ସାମାଜିକ କାର୍ଯ୍ୟକ୍ରମ  ଉପରେ ବିଏମସିର କଟକଣା ପ୍ରତିବାଦରେ କ୍ୟାଟରିଂ, ଟେଣ୍ଟ, ଫୁଲ ଓ ଡିଜେ ଲାଇଟ୍ ସଂଘ ପକ୍ଷରୁ ବିଏମସି ଅଫିସ୍ ଘେରାଉ କରାଯାଇଛି । ଶୀତ ଋତୁ ପାଇଁ ବିଏମସି ପକ୍ଷରୁ କୋଭିଡ୍ ଗାଇଡଲାଇନ୍ ଜାରି କରାଯାଇଛି । ଗାଇଡ୍ଲାଇନ୍ ଉଲ୍ଲଂଘନ ହେଲେ ଆୟୋଜକ ଓ ହଲ୍ ମାଲିକ ଦାୟୀ ହେବେ ବୋଲି ଦର୍ଶାଯାଇଛି । ସାମାଜିକ ଉତ୍ସବରେ ୨୫୦ ଲୋକଙ୍କୁ ଅନୁମତି ଦିଆଯାଇଛି । ବିଏମ୍ ସିର ନୂଆ ଗାଇଡ୍ ଲାଇନ୍ ଅନୁଯାୟୀ କଟକଣାକୁ ଆହୁରି କଠୋର କରାଯିବା ସହ ବିବାହ, ବ୍ରତ, ଶୁଦ୍ଧି କାର୍ୟ୍ୟରେ ୫୦ଜଣଙ୍କୁ ସାମିଲ ହେବାକୁ ଅନୁମତି ଦିଆଯାଇଛି । ଏହା ବିଏମ୍ସି ଅଧିନରେ ଆସୁଥିବା ଅଞ୍ଚଳ ଅର୍ଥାତ ଭୁବନେଶ୍ୱର ପାଇଁ ଲାଗୁ ହେବ । ବିଏମସି ଅଫିସ୍ ଘେରାଉ କରିବା ସହ ଅତିରିକ୍ତ କମିଶନର୍ ଙ୍କୁ ଭେଟି ବିଭିନ୍ନ ସଂଘର କର୍ମକର୍ତ୍ତା ମାନେ ଆଲୋଚନା କରିଛନ୍ତି ।

 

Leave A Reply

Your email address will not be published.