ଧରାପଡିଲେ ଲୁଟେରା,ଜବତହେଲା ୧ କୋଟିରୁ ଅଧିକ ଟଙ୍କା

ଆଠଗଡ,୧୧/୧୦(ଏସଏସନିୟୁଜ) ଏଟିଏମ୍ ଗାଡିରୁ ଟଙ୍କା ଲୁଟ୍ ଘଟଣାରେ ଆଠଗଡଥାନାପୋଲିସ ୩ ଲୁଟେରାଙ୍କୁ ଗିରଫ କରିବା ସହ ୧ କୋଟିରୁ ଅଧିକ ଟଙ୍କା ଜବତ କରିଛି। ଆଠଗଡଥାନା ଅନ୍ତର୍ଗତ ଆଙ୍କୁଲା ଛକ ପଟାସ ବଣୀ ନିକଟରେ ମୁଖା ପିନ୍ଧି କିଛି ଦୁର୍ବୃତ୍ତ ଏକ ଗାଡିରେ ଆସି ଟଙ୍କା ଭର୍ତ୍ତି ଏଟିଏମ୍ ଗାଡିକୁ ରୋକିବାସହ ଭୁଜାଲି ଓ ବନ୍ଧୁକ ଦେଖାଇ ଭୟଭିତକରି ଗାଡିକୁ ଲୁଟକରିନେଇ ପରେ ଗାଡିକୁ ଛାଡି ଟଙ୍କାନେଇ ଚମ୍ପଟ ମାରିଥିଲେ। ଶଙ୍କରପୁର ଢେଙ୍କାନାଳ ରାସ୍ତାରେ ଗାଡିଟିକୁ ଛାଡି ଟଙ୍କା ବାକ୍ସ ଧରି ଫେରାର ହୋଇଯାଇଥିଲେ। ଆଜି ଆଠଗଡ ଷ୍ଟେଟ୍ ବ୍ୟାଙ୍କରୁ ଟଙ୍କା ଲୋଡ୍ କରି ତିଗିରିଆ ଅଭିମୁଖେ ଯାଉଥିବା ବେଳେ ଲୁଟେରାମାନେ ସୁରକ୍ଷା କର୍ମୀ ଓ ଜଣେ କର୍ମଚାରୀଙ୍କୁ ଆକ୍ରମଣ କରି ବାସହ ଏହିଭଳିକାଣ୍ଡ ଘଟାଇଥିଲେ ।ଖବରପାଇ ପୋଲିସ ତଦନ୍ତ କରିବା ସହ ଲୁଟେରାଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ।

 

 

- Advertisement -

Leave A Reply

Your email address will not be published.