ଟାୟାର ଜାଳି ରାସ୍ତାରୋକ କଲେ ବିଜେପି କର୍ମୀ

କେନ୍ଦୁଝର,୧୧/୧୦(ଏସଏସନିୟୁଜ) କେନ୍ଦୁଝର ସଦର ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀଙ୍କ ଗାଡ଼ିକୁ ବୋମାମାଡ଼ ଘଟଣାରେ ବିଜେପି କର୍ମୀମାନେ ଉତ୍ତ୍ୟକ୍ତ ହୋଇ ରାସ୍ତାରୋକ କରିଥିଲେ । ୪୯ ନମ୍ବର ଜାତୀୟ ରାଜପଥର ଗାନ୍ଧୀଛକରେ ଟାୟାର ଜାଳି ରାସ୍ତାରୋକ କରିଥିଲେ।ଯାହାଫଳରେ ଯାତାୟତରେ ବାଧକ ସୃଷ୍ଟିହୋଇଥିଲ।। ଶହଶହ ଗାଡ଼ି ରାଜପଥର ଉଭୟ ପାର୍ଶ୍ବରେ ଅଟକି ରହିଥିଲା। ଅପରାହ୍‌ଣରେ ଏସ୍‌ପି ମିତ୍ରଭାନୁ ମହାପାତ୍ର ପହଞ୍ଚି ଉତ୍ତ୍ୟକ୍ତ କର୍ମୀମାନଙ୍କୁ ବୁଝାସୁଝା କରିବା ସହ ଅପରାଧୀଙ୍କୁ ଧରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।ଏହାପରେ ରାସ୍ତାରୋକ ଉଠିବାରୁ ଗାଡିମଟର ସ୍ୱାଭାବିକଭାବେ ଯାତାୟତ କରିଥିଲା ।

 

- Advertisement -

Leave A Reply

Your email address will not be published.