ସାଇବର୍ ଠକଙ୍କ ହାବୁଡରେ ପଡିଲେ ଦୁଇଯୁବକ

0 220

ଚନ୍ଦ୍ରଶେଖରପୁର, ୧୮/୧୦(ଏସଏସନିୟୁଜ) ଶସ୍ତାରେ ପୁରୁଣା ଗୃହ ଉପକରଣ ବିକ୍ରି ଲୋଭରେ ଠକାମିରେ ପଡିଲେ ଦୁଇଯୁବକ ।ଲୋଭ ଯୋଗୁ ୭୦ହଜାରେଟଙ୍କା ହରାଇବାକୁ ପଡିଥିଲା ।ଏହିଭଳିଘଟଣାଚନ୍ଦ୍ରଶେଖରପୁରଥାନା ଅଧିନସ୍ଥ ଶୈଳଶ୍ରୀବିହାରରରେ ଘଟିଛି । ଶୈଳଶ୍ରୀବିହାରର ରାମଚନ୍ଦ୍ର ପତି ଓ ବିଡିଏ କଲୋନିର ଅରୁଣ ମହାପାତ୍ର ନାମକ ବ୍ୟକ୍ତି ସୋସିଆଲ ମିଡିଆରେ ଘୁରିବୁଲୁଥିବା ବିଜ୍ଞାପନକୁ ଆଧାରକରି ବଦଳି ହୋଇଯାଇଥିବା ଜଣେ ଯବନାଙ୍କ ଆସବାସପତ୍ର କିଣିବାପାଇଁ ଯୋଗାଯୋଗ କରିଥିଲେ ।ବିଜ୍ଞାପନରେ ପ୍ରଦତ ମୋବାଇଲ ନମ୍ବରରେ ଯୋଗାଯୋଗକରି ପୃଥକପୃଥକଭାବେ ରାମଚନ୍ଦ୍ର ଓ ଅରୁଣ ଫ୍ରିଜ୍‌, ଖଟ, ଆଲମିରା ଭଳି ପୁରୁଣା ଆସବାବପତ୍ର ପାଇଁ ୩୫ ହଜାରକରି ୭୦ହଜାରେ ଦୁଇଜଣ ଦେଇଥିଲେ ।ଟଙ୍କା ମିଳିସାରିବାପରେ ଘରପାଖରେ ଉକ୍ତ ସାମଗ୍ରୀ ପହଁଚିଯିବ ବୋଲି କୁହାଯିବା ସହ ପରବର୍ତିସମୟରେ ସୋସିଆଲ  ମିଡିଆରୁ ବିଞାପନ ଗାୟବ ହୋଇଯିବା ସହ ମୋବାଇଲ ନମ୍ବରଟି ସୁଇଜଅପ୍ ହୋଇଯାଇଥିଲା ।

Leave A Reply

Your email address will not be published.