ଆଜିର ଅନୁଚିନ୍ତା

ତାରିଖ : ୨୪.୧୦.୨୦୨୧,ରବିବାର

0 205

ଆଜିର ନୀତିବାଣୀ
➡️”ଯଦି ତୁମେ ଯୁବକ ଅବସ୍ଥାରେ କଠିନ ପରିଶ୍ରମ କରିବାକୁ ଲଜ୍ଜିତ, ବୃଦ୍ଧାବସ୍ଥା ପରେ ବଞ୍ଚିବା ପାଇଁ ତୁମକୁ ସମସ୍ତଙ୍କ ସାମ୍ନାରେ ଲଜ୍ଜିତ ହେବାକୁ ପଡିବ !!
➡️”ସବୁବେଳେ ମନେ ରଖିବା ଉଚିତ ଯେ ବିଶ୍ୱାସରେ ଅନ୍ୟକୁ ଜିଣିହେବ, କିନ୍ତୁ ସନ୍ଦେହରେ କୌଣସି କାମର ଆରମ୍ଭ କରିହୁଏ ନାହିଁ !
➡️”ବାଟ ଯଦି ଫୁଲର ହୁଏ ବହୁତ ସାଥି ମିଳିଯିବେ ସାଥି ହୋଇ ବାଟ ଚାଲିବା ପାଇଁ , ଯଦି ବାଟ କଣ୍ଟାର ହୁଏ ତ ନିଜର ଲୋକ ବି ହାତ ଛାଡି ଦେବେ ନିଜ ସ୍ବାର୍ଥ ପାଇଁ !!
➡️”ବାହାଘର ସରିଲେ ବେଦୀ ମୁହଁ ପୋଡା ଭଳି ସ୍ବାର୍ଥପର ଲୋକ ନିଜ କାମ ହାସଲ ପରେ ମନେ ରଖିବା ତ ଦୂରର କଥା ଚିହ୍ନି ପାରନ୍ତି ନାହିଁ !!
➡️”କାହାର ବିବଶତାର ଅନ୍ୟାୟପୂର୍ଣ ସୁବିଧା ଉଠାଇବା ନିଜ ପାଇଁ ମହା ଭୟଙ୍କର ବିପତ୍ତି କୁ ବରଣ କରିବା ସହିତ ସମାନ !!
ଆଜିର ଅନୁଚିନ୍ତା
➡️”ପୃଥିବୀରେ ସବୁଠାରୁ ବଡ ଅଳିଆ ଗଦା ହେଉଛି ମଣିଷର ମନ , ଏହାକୁ ଟିକିଏ ପରିଷ୍କାର ରଖନ୍ତୁ ପୁରା ଜୀବନ ଟା ସୁନ୍ଦର ରହିବ
➡️”ଯାହାକୁ କେହି ପରିବର୍ତ୍ତନ କରିପାରନ୍ତି ନାହିଁ , ତାକୁ ସମୟ ହିଁ ପରିବର୍ତ୍ତନ କରିଦେଇ ଥାଏ !!
➡️”ଅହିଂସା ‘ ର ସରଳ ଅର୍ଥ ହେଉଛି : କୌଣସି ପ୍ରାଣୀ ହୃଦୟରେ ବ୍ୟଥା ଦେବା ନାହିଁ ଆଉ ଶତ୍ରୁକୁ ନିଜ ଅନ୍ତରର ପ୍ରେମ ଦ୍ବାରା ପ୍ରଭାବିତ କରିବା !!
➡️”ସଫଳତା ର ରାସ୍ତାରେ ଚାଲୁ ଚାଲୁ ଯଦି କେହି ଆପଣଙ୍କ ରାସ୍ତାରେ ସମସ୍ୟାର ପାହାଡ଼ ଛିଡ଼ା କରୁଛି ତଥାପି ଆପଣ ଧର୍ଯ୍ୟହରା ହୁଅନ୍ତୁ ନାହିଁ , କାହିଁକିନା ଏମାନେ ହେଉଛନ୍ତି ସେହି ଲୋକ ଯିଏ ଆପଣଙ୍କୁ ଚାଲିବା ସମୟରେ ଡେଇଁବା ଶିଖାଇଦେବେ !!
➡️”ନିଜର ପିଠିକୁ ସବୁବେଳେ ମଜବୁତ୍ ରଖିବାକୁ ଚେଷ୍ଟା କରନ୍ତୁ , କାହିଁକିନା ” ସାବାସ୍ ” ଆଉ ” ଧୋକା ‘ ଦୁଇଟା ଯାକ ପଛ ପଟରୁ ହିଁ ମିଳିଥାଏ !!
ଆଜିର ସୁବିଚାର
➡️”ନିଜ ବୁଦ୍ଧିରେ ପଛେ ଘାସ କାଟ , ପର ବୁଦ୍ଧିରେ ଘୋଡା ଚଢ଼ ନାହିଁ । ଏ କଥାର ମୂଲ୍ୟ ଯେଉଁ ମାନେ ବୁଝନ୍ତି।ସେମାନେ ଉନ୍ନତିର ସୋପାନ ପରେ ସୋପାନ ଅତିକ୍ରମ କରନ୍ତି !!
➡️”କିଛି ଭୁଲ୍ କରିବାକୁ ମୁହୂର୍ତ୍ତେ ବି ସମୟ ଲାଗେନାହିଁ , କିନ୍ତୁ ଅନୁତାପ ପାଇଁ ସାରାଜୀବନ ଲାଗିଯାଏ .. !!
➡️”ବିଶ୍ବାସ କର ଆଜିକାଲି କେହି କାହାର ନୁହଁ । ତୁମ ପାଖରେ ପଇସା ନାହିଁ ତ ତୁମେ କାହାର ସାଙ୍ଗ ହେବା ପାଇଁ ମଧ୍ଯ ଯୋଗ୍ୟ ନୁହଁ
➡️”ଜୀବନରେ ଆଗକୁ ଯିବାକୁ ହେଲେ ସମୟ ସହିତ ନିଜକୁ ବଦଳାଇବାକୁ ପଡିବ , ନ ହେଲେ ବୟସ ଚାଲିଯିବ ରାସ୍ତା ବି ସରିଯିବ ଆଉ ଭବିଷ୍ୟତ ସେଇଠି ଅଟକି ଯିବ !!
➡️”କେବେ ଝୁଣ୍ଟି ପଡିଯାଅ ତ ନିଜେ ହିଁ ପୁଣି ଉଠି ଚାଲିବାକୁ ଚେଷ୍ଟା କର , ଆଉ କାହା ସାହାରାର ଅପେକ୍ଷା ନୁହଁ ନିଜ ସାହାରା ନିଜେ ହିଁ ହେଇଯାଅ … !!
🙏ଓଁ ସୂର୍ଯ୍ୟ ଦେବାୟ ନମଃ🙏ଶୁଭ ସକାଳ,ଆଜି ରବିବାର ପ୍ରଭୁ ସୂର୍ଯ୍ୟ ଦେବତା ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ, ପ୍ରଭୁ ସୂର୍ଯ୍ୟ ଦେବତା ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ମଙ୍ଗଳମୟ କରନ୍ତୁ ମୋର ପ୍ରଭୁଙ୍କ ନିକଟରେ ଏତିକି ମିନତୀ !!

Leave A Reply

Your email address will not be published.