ଭୁବନେଶ୍ୱର,୧/୧୧(ଏସଏସନିୟୁଜ) ଚନ୍ଦ୍ରଶେଖରପୁର ଥାନା ଶୈଳଶ୍ରୀ ବିହାର ଅଞ୍ଚଳରେ ଜଣଙ୍କ ଘରେ ପଶି ମାଆ ଓ ଝିଅଙ୍କୁ ପଡ଼ୋଶୀ ଘରର ଯୁବକ ଛୁରାମାଡ଼ କରିଛି । ଯୁବକ ଜଣକ ମହିଳା ଡ୍ରେସ ପିନ୍ଧି ଘରେ ପଶି ମାଆ ଓ ଝିଅଙ୍କୁ ଆକ୍ରମଣ କରିବା ବେଳେ ନିଜେ ମଧ୍ୟ ଆହତ ହୋଇଛନ୍ତି । ଖବର ପାଇ ଚନ୍ଦ୍ରଶେଖରପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପ୍ରେମ ବ୍ୟାପାରରୁ ଛୁରାମାଡ଼ ହୋଇଥିବା ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି ।
