ଆରମ୍ଭ ହେଲା ସଙ୍କିର୍ତନ ମହୋସ୍‌ବ

0 539

ବାରଙ୍ଗ,୧୭/୧୧(ଏସଏସନିୟୁଜ)ରାଜଧାନୀ ଉପକଣ୍ଠ ମା ସାଥି ଭଉଣୀ ମନ୍ଦିର ପରିସରରେ ୫୨ ମଣ୍ଡଳ ମହାକାର୍ତିକ ସଙ୍କୀର୍ତ୍ତନ ମହୋତ୍ସବ ଆରମ୍ଭ ହୋଇଛି।ବୁଧବାର ସକାଳ୯ଟାରେ ଏହି ମହୋସ୍‌ବ ଆରମ୍ଭ ହୋଇଛି ।ପ୍ରତିବର୍ଷପରି ଚଳିତବର୍ଷ ପଂଚୁକ ତିଥିରେ ଏହା ହୋଇଥାଏ ।ଏଥିରେ ବାଲିପଡ଼ା, ଗଣ୍ଡରପୁର, କଣ୍ଟୁଣିଆ, କଲାରାହାଙ୍ଗ, ମରିଚିଆ, ଇଞଣା, କଲ୍ୟାଣପୁର, ଆଠଗଡ଼, ଧୁଋଷିଆ, ନୁଆଶାସନ ଆଦି ୧୧ ସଙ୍କୀର୍ତ୍ତନ ମଣ୍ଡଳୀ ଭାଗ ନେଉଛନ୍ତି। ଏହି କାର୍ଯ୍ୟକ୍ରମରେ ମନ୍ଦିର କମିଟିର ମହନ୍ତ ନଳିନୀ କୁମାର ସ୍ବାଇଁ,

ଅଧିକାରୀ ବିଷ୍ଣୁ ଚରଣ ପରିଡ଼ା, ସଭାପତି ଓ ଅଞ୍ଚଳର ପୁରୁଖା ମୁରବୀ ଭଗବାନ ଜେନା, ସମ୍ପାଦକ କାଙ୍ଗାଳି ଚରଣ ପରିଡ଼ା, ବସନ୍ତ କୁମାର ମହାପାତ୍ର, ଦିଲ୍ଲୀପ କୁମାର ପଟ୍ଟନାୟକ, ନରେଶ କୁମାର କର, ଉମେଶ ଚନ୍ଦ୍ର ତ୍ରିପାଠୀ, କୃଷ୍ଣ ଚନ୍ଦ୍ର ନାଏକ, ଶରତ ଚନ୍ଦ୍ର ମୁଦୁଲି, ପ୍ରଭାସ ବିହାରୀ ମଲ୍ଲିକ, ବିରେନ୍ଦ୍ର କୁମାର ସାମଲ, ପ୍ରମୁଖଙ୍କ ତତ୍ୱାବଧାନାରେ ମହୋସ୍‌ବ ଚାଲିଅଛି ।ସଙ୍କୀର୍ତ୍ତନ ମଣ୍ଡଳୀରେ ଛୋଟ ପିଲାମାନଙ୍କସହ କୁନି ଗାୟକ ତ୍ରିଲୋଚନବେହେରା  ବିଭିନ୍ନ ବାଦ୍ୟଯନ୍ତ୍ର ମାଧ୍ୟମରେ ମନମୁଗ୍ଧକର ନାମସଙ୍କିର୍ତନ ପରିବେଷଣ ମହୋସ୍‌ବକୁ ଅଧିକ ଆକର୍ଷଣୀୟ କରିଥିଲା ।ଏହି ମହୋସ୍‌ବରେ ଭୁୁବନେଶ୍ୱରଉତରବିଧାୟକ ସୁଶାନ୍ତରାଉତ, ପୁର୍ବତନଦାଢା ସୋସାଇଟ ସଭାପତି ତଥା ପଂଚସଖା ସାମାଜିକଅନୁଷ୍ଠାନର ସଭାପତି ଜନକମାଝୀ,ବାବାସୋମନାଥସେନାର ଉପ-ସଭାପତି ପ୍ରଦୀପଦାସ ଙ୍କ ସମେତ ଆଖପାଖଗ୍ରାମର ମୁରବୀ ଓ ଜନପ୍ରତିନିଧିମାନେ ଯୋଗଦେଇଥିଲେ ।

 

Leave A Reply

Your email address will not be published.