ପୁଣି ଅଧାବାଟରେ ଅଟକିଲା ଶିଶୁରେଳଗାଡି

0 226

ବାରଙ୍ଗ,୧୭/୧୧(ଏସଏସନିୟୁଜ)ପୁଣି ବିବାଦରେ ନନ୍ଦନକାନନ ମୁଖିଆ ।ଶିଶୁରେଳଗାଡିକୁ ନେଇ ବିବାଦ ମଧ୍ୟରେ ଛନ୍ଦି ହୋଇଯାଇଛନ୍ତି ନନ୍ଦନକାନନ ମୁଖିଆ ।ଚାଲିବାବେଳଠାରୁ ଶିଶୁରେଳଗାଡିକୁନେଇ ଚର୍ଚ୍ଚା ରେ ରହିଛ ।ପର‌୍ୟ୍ୟଟକଙ୍କ ମୂଖ୍ୟ ଆକର୍ଷଣ ସାଜିଥିବା ଶିଶୁ ରେଳଗାଡ଼ିରେ ବାରମ୍ବାର ଯାନ୍ତ୍ରିକ ତ୍ରୁଟି ଦେଖାଦେଉଛି।ଯାହାକୁ ନେଇ ପର‌୍ୟ୍ୟଟକ ମହଲରେ ଅସନ୍ତୋଷ ଦେଖାଦେଇଛି।ବୁଧବାର ୫ଟି ଟ୍ରିପରେ ୨୦୦ ଜଣ ପର୍ଯ୍ୟଟକ ଭ୍ରମଣ କରିଥିବା ବେଳେ ଅପରାହ୍ନ ୪ ସମୟରେ ଷଷ୍ଠ ଟ୍ରିପରେ ପ୍ରାୟ ୬୦ ଜଣ ପର‌୍ୟ୍ୟଟକଙ୍କୁ ନେଇ ଫେରୁଥିବା ସମୟରେ ୯ନମ୍ବର ପାଖ ନୂତନ ସଫାରୀ ରାସ୍ତର ହରିଣ ଫାଟକ ରାସ୍ତାଠାରେ ହଠାତ ଟ୍ରେନ୍ ଅଟକିଥିଲା। ଆଉ ଷ୍ଟାଟ ହୋଇନଥିଲା ।ଫଳରେ ଦୀର୍ଘ ସମୟ ପର‌୍ୟ୍ୟନ୍ତ ପର‌୍ୟ୍ୟଟକ ଫସିରହିଥିଲେ।ଖବର ପାଇ ନନ୍ଦନକାନନ କର୍ତ୍ତୃପକ୍ଷ ପର୍ଯ୍ୟଟକଙ୍କୁ ଆଣିବାପାଇଁ ଏକ ବସ ପଠାଇଥିଲେ ।କିନ୍ତୁ ବସଟି ମୋରମ ରାସ୍ତାରେ ଦବିଯିବାରୁ ପର୍ଯ୍ୟଟକମାନେ ଚାଲିଚାଲି କରି ନନ୍ଦନକାନନ ମୁଖ୍ୟରାସ୍ତା ପାଖକୁ ଆସିଥିଲେ ।ପରେ ବସ ଉଠିବାପରେ ପର୍ଯ୍ୟଟକମାନେ ବସରେ ଫେରିଥିଲେ । ଯୋଗେ ପର‌୍ୟ୍ୟଟକଙ୍କୁ ଫେରାଇ ଆଣିଥିଲେ।କିଛି ସମୟ ପରେ ଇଞ୍ଜିନର କ୍ଷୁଦ୍ର ମରାମତି କରାଯାଇ ଷ୍ଟେସନକୁ ଅଣାଯାଇଥିଲା।ଏନେଇ ନନ୍ଦନକାନନ ଉପ ନିର୍ଦ୍ଦେଶକ ଶିଶୁ ରେଳଗାଡ଼ିର ପରିଚାଳନା ଦାୟିତ୍ଵ ନେଇଥିବା ରାଇଟସ୍ ଲିମିଟେଡର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ବିଶେଷଜ୍ଞ ଦଳ ପଠାଇ ଇଞ୍ଜିନର ମରାମତି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।ଆସନ୍ତାକାଲି ବିନା ପର‌୍ୟ୍ୟଟକରେ ପ୍ରଥମେ ରେଳଗାଡ଼ି ପରୀକ୍ଷା କରାଯିବ।ପରେ ଏହାର ସ୍ଥିତି ଅନୁଧ୍ୟାନ କରି ପର‌୍ୟ୍ୟଟକଙ୍କ ଭ୍ରମଣ ପାଇଁ ନିଷ୍ପତି ନିଆଯିବ।ଯଦି ରେଳଗାଡ଼ି ଇଞ୍ଜିନର ଯାନ୍ତ୍ରିକ ତ୍ରୁଟି ସମାଧାନ ନ ହୁଏ ତେବେ ରେଳଗାଡ଼ିର ଇଞ୍ଜିନ ବଦଳାଯାଇ ନୂତନ ଇଞ୍ଜିନ ଲଗାଇବାକୁ ନନ୍ଦନକାନନ ଉପ ନିର୍ଦ୍ଦେଶକ ସଞ୍ଜିତ କୁମାର ରାଇଟସ୍ କୁ ନିର୍ଦ୍ଦେଶ ଦେଇଛନ୍ତି।ସୂଚନାଯୋଗ୍ୟ ପର‌୍ୟ୍ୟଟକଙ୍କ ମୁଖ୍ୟ ଆକର୍ଷଣ

ସାଜିଥିବା ଏହି ଶିଶୁ ରେଳଗାଡ଼ିକୁ ଗତ ମାସ ୮ ତାରିଖରେ ନୂଆ ରୁପରେଖରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଏହାକୁ ଉଦଘାଟନ କରିଥିଲେ।ଉଦଘାଟନର ଏକ ସପ୍ତାହ ପରେ ଅର୍ଥାତ୍ ସେହି ମାସ ୧୪ ତାରିଖରୁ ପର‌୍ୟ୍ୟଟକଙ୍କ ପାଇଁ ଶିଶୁ ରେଳଗାଡ଼ି ଗଡିଥିଲା।ହେଲେ ଚାଲିବାର ଦିନକ ପରେ ଅର୍ଥାତ ୧୫ ତାରିଖରେ ରେଳଗାଡ଼ିର ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ୪୫ ଜଣ ଯାତ୍ରୀଙ୍କୁ ନେଇ ଷ୍ଟେସନକୁ ଫେରୁଥିବା ସମୟରେ ଟ୍ରେନର ପ୍ୟାନେଲ ବୋର୍ଡରେ ସର୍ଟ ସର୍କିଟ ହୋଇଥିଲା।ଯାହା ଫଳରେ ଟ୍ରେନଟି ଧୂଆଁମୟ ହୋଇଯାଇଥିଲା।ସେଥିରେ କାହାର କୌଣସି କ୍ଷତି ହୋଇନଥିଲେ ମଧ୍ୟ ସେହିଦିନଠାରୁ ଶିଶୁ ରେଳଗାଡ଼ି ବନ୍ଦ ରହିଥିଲା।ଦୀର୍ଘ ଏକ ମାସ ପରେ ଚଳିତ ମାସ ୧୬ ତାରିଖ ମଙ୍ଗଳବାର ଠାରୁ ପୁଣି ଏହା ଗଡ଼ିଥିଲା।ଠିକ୍ ପୂର୍ବପରି ଚାଲିବାର ଦିନକ ପରେ ରେଳଗାଡ଼ି ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି।ଯାହାକୁ ନେଇ ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ଶିଶୁ ରେଳଗାଡ଼ିର ସ୍ଥାୟୀତ୍ବକୁ ନେଇ ପର‌୍ୟ୍ୟଟକ ମହଲରେ ଅସନ୍ତୋଷ ଦେଖାଦେଇଛି।ବହୁ ପର‌୍ୟ୍ୟଟକ ଏହାର ମଜା ପାଇ ପାରୁନଥିବାରୁ ନିରାଶରେ ଫେରୁଥିବା ଦେଖିବାକୁ ମିଳିଛି।

Leave A Reply

Your email address will not be published.