ଆଜିର ଅନୁଚିନ୍ତା

ତାରିଖ : ୧୮.୧୧.୨୦୨୧ ଗୁରୁବାର

0 217

➡️ଶୁଦ୍ଧତା ହଜିଛି ସବୁରି ପରାଣୁ ଭାବ ଭକ୍ତି ଅଭିବ୍ୟକ୍ତି ଦେଖିବା ନ ମିଳେ ଭାଗବତ ଟୁଙ୍ଗି ପରଚର୍ଚ୍ଚା ସର୍ବେ ମାତି ।
➡️ଅନ୍ୟ କାହା ପାଇଁ ନିଜକୁ ବଦଳେଇ କିଛି ଲାଭ ନାହିଁ, ବଦଳାଇବାକୁ ହେଲେ ନିଜ ପାଇଁ ନିଜକୁ ବଦଳାଅକେହି ଜୀବନ ସାରା ତୁମ ପାଖରେ ନ ରହିଲେ ବି ତୁମ ଭିତରେ ତୁମେ ସାରାଜୀବନ ରହିବ ।
➡️ଉପଯୁକ୍ତ ସମୟ ଆଉ ସୁଯୋଗର ଅପେକ୍ଷାରେ ଅଛି,ଅନେକ ଜଣକୁ ଅନେକ କିଛିର ଜବାବ ଦେବାକୁ ଅଛି ।
➡️ଆଉ ସମୟକୁ ବର୍ବାଦ କରନ୍ତୁ ନାହିଁ ।ଏହି ଜୀବନ ହେଉଛି ଗୋଟେ Chance ,,,,ସୁଯୋଗକୁ ହାତ ଛଡା ନ କରି ସମୟର ସଦୁପୟୋଗ କରି ପରିଶ୍ରମ ଦ୍ଵାରା ନିଜ ଭାଗ୍ୟ ନିଜେ ଲେଖନ୍ତୁ ।

୦୧. ସମୟ ଏକ ଅଫେରା ବାଟୋଇ ପରି ଚାଲିଯାଏ। ହେଲେ ରଖି ଯାଇଥାଏ ଅନେକ ସ୍ମୃତି।ଆଉ ସେଇ ସ୍ମୃତି କେତେବେଳେ ଦେଇଥାଏ ଖୁସି ତ ଆଉ କେତେ ବେଳେ ଦୁଃଖ ।
୦୨. କେବଳ ପାଖରେ ଥିଲେ ନୁହେଁ ।ନିଜର କେହି ଜଣେ ଯେତେବେଳେ ଆମ ପାଖରୁ ଦୁରେଇଯାଏ,ସେତେବେଳେ ତାର ଆବଶ୍ୟକତା ଅଧିକ ଜଣା ପଡେ ।
୦୩. ଅନ୍ୟର ସ୍ଵରକୁ କମ୍ କରିବା ପାଇଁ ,ନିଜ ସ୍ଵରକୁ ଉଚ୍ଚ କରି ନିଜର ଶକ୍ତି ନଷ୍ଟ କରିବା ବଦଳରେ, ନିଜ ସ୍ଥାନ ଉଚ୍ଚ କରିବା ଉଚିତ୍। ଯାହାକୁ ଦେଖି ଅନ୍ୟ ମାନଙ୍କର ସ୍ଵର ଆପେ ଆପେ ଶାନ୍ତ ହୋଇଯିବ ।
୦୪. ନଇଁଯିବା ନମ୍ରତାର ପରିଚୟ ହୋଇଥାଏ। କିନ୍ତୁ ଭୁଲ ନଥାଇ ଅନାବଶ୍ୟକେ ନାଇଁବାରେ ନିଜ ଆତ୍ମ ସମ୍ମାନର ହାନି ହୋଇଥାଏ
୦୫. ଜୀବନରେ କେବେବି କାହାର ଭରସା ସହିତ ଖେଳନ୍ତୁ ନାହିଁ।ଏଥିପାଇଁ ଦିନେ କ୍ଷମା ତ ମିଳିଯିବ,କିନ୍ତୁ ସେ ଭରଷା ଆଉ କେବେବି ମିଳିବ ନାହିଁ।🙏 ଜୟ ଶ୍ରୀରାଧେକ୍ରୁଷ୍ଣ🙏🙏ଓଁ ମା ମହାଲକ୍ଷ୍ମୀ ନମଃ🙏ଶୁଭ ସକାଳ,ଆଜି ଗୁରୁବାର ମା ମହାଲକ୍ଷ୍ମୀ ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ,ମା ମହାଲକ୍ଷ୍ମୀ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ଆପଣଙ୍କ ଦିନଟିକୁ ଶୁଭମୟ ଓ ମଙ୍ଗଳମୟ କରନ୍ତୁ ମୋର ମାଙ୍କ ନିକଟରେ ଏତିକି ମିନତୀ ‼️

 

Leave A Reply

Your email address will not be published.