ରାବିଡ ରୋହିତଙ୍କ ପ୍ରଥମ ଭେଟି

ଆଜିର ଖବର ତାରିଖ–18-11-2021 (ଗୁରୁବାର)

0 244

୧. ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ଯୁବ ବୈଜ୍ଞାନିକ ଡଃ.ବିଶ୍ୱଜିତ୍ ପ୍ରଧାନଙ୍କ ବିଦେଶ ଗସ୍ତ
୨. ଆସନ୍ତା ୨୬ରେ ବାଲେଶ୍ୱର ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ମୁଖ୍ୟମନ୍ତ୍ରୀ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ସ୍ବାସ୍ଥ୍ୟ କାର୍ଡ଼ ବଣ୍ଟନ କରିବା ସହ ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି ।
୩. IPS ସ୍ତରରେ ଅଦଳ ବଦଳ:ଆଜି ‌ଆଇପିଏସ୍ ସ୍ତରରେ ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର । ୧୯୮୮ ବ୍ୟାଚ୍ ଆଇପିଏସ୍ ବିନୟାନନ୍ଦ ଝାଙ୍କୁ ଗୃହ ବିଭାଗର ଓଏସ୍‌ଡି ଭାବେ ନିଯୁକ୍ତି ଦେଇଛନ୍ତି ସରକାର । ସେହିପରି ୧୯୮୯ ବ୍ୟାଚ୍ ଆଇପିଏସ୍ ପ୍ରାଣବିନ୍ଦୁ ଆଚାର୍ଯ୍ୟଙ୍କୁ ଓଏଚ୍‌ଆରସିର ଅତିରିକ୍ତ ପୁଲିସ୍ ମହାନିର୍ଦ୍ଦେଶ ଭାବେ ନିଯୁକ୍ତି ଦିଆଯାଇଛି । ଅନ୍ୟ ପକ୍ଷରେ ୧୯୯୦ ବ୍ୟାଚ୍ ଆଇପିଏସ୍ ସୁଧାଂଶୁ ଷଡଙ୍ଗୀଙ୍କୁ ରେଳବାଇ ପୁଲିସ୍ ଓ ଉପକୂଳ ସୁରକ୍ଷା ଦାୟିତ୍ୱ , ୨୦୦୩ ବ୍ୟାଚ୍ ଆଇପିଏସ୍ ସଫିନ ଅହମ୍ମଦ ଅଗ୍ନିଶମ ଏବଂ ଗୃହରକ୍ଷୀ ବିଭାଗର ଆଇଜିପି ଏବଂ ୨୦୧୩ ବ୍ୟାଚ୍ ଆଇପିଏସ୍ ସୁଶ୍ରୀ ଏଲ.ଡିଭ୍ୟାଙ୍କୁ ଢେଙ୍କାନାଳ ଏସ୍‌ପି ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର ।
୪. ମଧୁମେହ ଚିକିତ୍ସାର ସଚେତନତା ନିମନ୍ତେ ଏମ୍ସ ଭୁବନେଶ୍ୱର ପକ୍ଷରୁ ୱାକାଥନ୍ ।
୫. ଦ୍ରାବିଡ ରୋହିତଙ୍କ ପ୍ରଥମ ଭେଟି । ପ୍ରଥମ ଟି-୨୦ରେ ନ୍ୟୁଜିଲାଣ୍ଡକୁ ମାତ୍ ଦେଲା ଟିମ୍ ଇଣ୍ଡିଆ । ନୂଆ ଅଧିନାୟକ, ନୂଆ କୋଚଙ୍କ ପ୍ରଥମ ଭେଟି ।
୬. ମିଶନ ଶକ୍ତି ଗୋଷ୍ଠୀର ମା ମାନଙ୍କୁ ଅଧିକରୁ ଅଧିକ ସରକାରୀ କାମ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ।
୭. ଆଜି ଭୁବନେଶ୍ବରରେ ବରଗଡ ଜିଲ୍ଲାର ଗାଁସାଥୀମାନେ ଅଭିନବ ଢଙ୍ଗର ପ୍ରତିବାଦ କରିଛନ୍ତି ।
୮. ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ବିଜୟରୁ ସିରିଜ୍‌ ଅଭିଯାନ ଆରମ୍ଭ କଲା ଭାରତ, ୧-୦ରେ ଆଗୁଆ ।
୯. ଭାରତରେ ଗୁଗଲର ବଡ଼ ଇଭେଣ୍ଟ, ହେବ ବଡ଼ ଘୋଷଣା ।
୧୦. ମସ୍‌ଜିଦରେ କୃଷ୍ଣଙ୍କ ମୂର୍ତ୍ତି ପ୍ରତିଷ୍ଠା କରିବୁ:ଭଗବାନ କୃଷ୍ଣଙ୍କ ଅସଲ ଜନ୍ମସ୍ଥାନ ତଥା ମଥୁରାସ୍ଥିତ ମସ୍‌ଜିଦରେ ମୂର୍ତ୍ତି ସ୍ଥାପନ କରିବାକୁ ଘୋଷଣା କରିଛି ଅଖିଳ ଭାରତ ହିନ୍ଦୁ ମହାସଭା (ଏବିଏସ୍‌ଏମ୍‌) ।
୧୧. ସାନ୍ତାଳୀ ଭାଷାର ପ୍ରଚାର ତଥା ଅଲଚିକି ଲିପିର ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମଦିନକୁ ରାଜ୍ୟ ସରକାର ଛୁଟିଦିନ ଭାବେ ଘୋଷଣା କରିଛନ୍ତି ।
୧୨. ପ୍ଲାନ ପରିବର୍ତ୍ତନ କଲା BSNL, ଗ୍ରାହକଙ୍କୁ ମିଳିବ ୮ ଜିବି ଡାଟାର ଫାଇଦା ।
୧୩. ରୋମାଞ୍ଚକର ହେବ ଦିନିକିଆ ବିଶ୍ୱକପ । ଆଇସିସି ଏହାକୁ ନେଇ ବଡ଼ ନିଷ୍ପତ୍ତି ନେଇଛି । ୨୦୨୭ରେ ହେବାକୁଥିବା ଦିନିକିଆ ବିଶ୍ୱକପରେ ୧୦ ବଦଳରେ ୧୪ ଟିମ୍ ଭାଗ ନେବେ ।
୧୪. ତାଇୱାନ ଶୀଖର ବୈଠକରେ ବାଇଡେନଙ୍କୁ ଜିନପିଙ୍ଗଙ୍କ ମତ । କହିଲେ, ଚୀନ ଶାନ୍ତିପ୍ରିୟ ଦେଶ । କାହାର ଦଖଲ କରେନି ଇଞ୍ଚେ ଜାଗା ।
୧୫. ୨୦୧୭ ତୁଳନାରେ କମିଲା ପଞ୍ଚାୟତ ନିର୍ବାଚନରେ ପଛୁଆ ବର୍ଗଙ୍କ ପାଇଁ କୋଟା । ୧୨୫ଟି ସିଟ୍ ହରାଇଲେ ପଛୁଆ ବର୍ଗ ।
୧୬. ଜମ୍ମୁ-କଶ୍ମୀରରେ ଦୁଇଟି ଭିନ୍ନ ଭିନ୍ନ ଏନ୍‌କାଉଣ୍ଟରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଛନ୍ତି ୪ ଆତଙ୍କବାଦୀ ।
୧୭. ଆମଦାନୀ ନିର୍ଭରତା କମ କରିବା ଉପରେ ଜୋର, ଅର୍ଥମନ୍ତ୍ରୀଙ୍କ ପରାମର୍ଶ- ରିସ୍କ ଉଠାଇ ପୁଞ୍ଜି ଓ ରୋଜଗାର ବଢାନ୍ତୁ ଉଦ୍ୟୋଗ
୧୮. କୋଇଲାଖଣି ଶ୍ରମିକ ଓ ତାଙ୍କ ସନ୍ତାନଙ୍କ ଦକ୍ଷତା ବିକାଶ ପାଇଁ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିଶ୍ରୁତି

୧୯. ରନ୍ଧନ ଗ୍ୟାସ ଦରବୃଦ୍ଧି: ୨୨ରୁ ୩ଦିନ ଧରି ବିଜେଡି କରିବ ବିକ୍ଷୋଭ ।
୨୦. ପ୍ରସ୍ତୁତିରେ ସ୍ୱଚ୍ଛତା ଓ ଶୁଦ୍ଧତା ପାଇଁ ରାଉରକେଲାର ତାରିଣୀ ମାତା ମନ୍ଦିର ପ୍ରସାଦକୁ ମିଳିଲା ଏଫଏସଏସଏଆଇ ‘ଭୋଗ’ ମାନ୍ୟତା ।
୨୧. ରାଜ୍ୟ ସରକାର ୨୦୨୨ ମସିହା ପାଇଁ ଆଜି ସରକାରୀ କର୍ମଚାରୀଙ୍କ ପାଇଁ ଛୁଟି ତାଲିକା ଘୋଷଣା କରିଛନ୍ତି । ରବିବାର, ଦ୍ୱିତୀୟ ଓ ଚତୁର୍ଥ ଶନିବାରକୁ ମିଶାଇ ଜଣେ କର୍ମଚାରୀ ନିଶ୍ଚିତ ୧୦୪ଦିନ ଛୁଟି ପାଇପାରିବେ ।
୨୨. ନଭେମ୍ବର ୧୯ ରେ ‘ରାଷ୍ଟ୍ର ରକ୍ଷା ସମର୍ପଣ ପର୍ବ’ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ।
➡️କରୋନା ଯୁଦ୍ଧରେ ଗୋଟିଏ ନୀତି, ନିୟମ ଭାଙ୍ଗିଲେ ଆସେ ବିପତ୍ତି, ନୀୟମକୁ ମାନି ଚଳିବା, କରୋନା ଯୁଦ୍ଧରେ ଜିଣିବା- ସୂଚନା ଓ ଲୋକ ସମ୍ପର୍କ ବିଭାଗ, ଓଡିଶା ସରକାର ।
‼️ହରିଓମ୍ ସୁପ୍ରଭାତମ୍‼️ଖରାପ ସମୟ ଏତେ ବି ଖରାପ ନୁହେଁ…କାରଣ .ଖରାପ ସମୟ ହିଁ ଆମକୁ କିଛି ଭଲ ମଣିଷଙ୍କ ସହ ପରିଚୟ କରାଏ….ସର୍ବେ ଭବନ୍ତୁ ସୁଖିନଃ।ସର୍ବେ ସନ୍ତୁ ନିରାମୟାଃ,ସର୍ବେ ଭଦ୍ରାଣି ପଶ୍ୟନ୍ତୁ,ମା କଶ୍ଚିଦ୍ ଦୁଃଖ ଭାଗଭବେତ୍ ॥ॐ ଶାନ୍ତିଃ ଶାନ୍ତିଃ ଶାନ୍ତିଃ॥ ଆପଣଙ୍କ ପାଇଁ ଦିନଟି ମଙ୍ଗଳମୟ ହେଉ

 

Leave A Reply

Your email address will not be published.