ବଡସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବାଧବଳେଶ୍ୱର

0 188

ଆଠଗଡ଼, ୧୭/୧୧(ଏସଏସନିୟୁଜ) ଆଠଗଡ଼ ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱର ବଡସିଂହାର ବେଶରେ ଦର୍ଶନ ଦେଉଛନ୍ତି । ସମସ୍ତ ଓଷା ମଧ୍ୟରେ ମୁଖ୍ୟ ହେଉଛି ବଡ଼ ଓଷା । ପବିତ୍ର କାର୍ତ୍ତିକ ମାସର ଶୁକ୍ଳ ତ୍ରୟୋଦଶୀ ତିଥିରେ ଏହି ଓଷା ପାଳନ କରାଯାଏ । ଆଜି ପବିତ୍ର ବଡ଼ ଓଷା। ପରମ୍ପରା ଓ ବିଧିବିଧାନରେ ବାବା ଧବଳେଶ୍ୱରଙ୍କ ବଡସିଂହାର ବେଶ ସହ ସ୍ୱତନ୍ତ୍ର ପ୍ରକାର ପ୍ରସାଦ ଗଜ ପିଠା ଲାଗି ହୁଏ । ଏହିଦିନ ଧବଳେଶ୍ୱର ମହାଦେବଙ୍କଠାରେ ପ୍ରବଳ ଭକ୍ତସମାଗମ ହୋଇଥାଏ ।କିନ୍ତୁ କରୋନା କଟକଣାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ମନ୍ଦିର ଚାରିପାଖରେ ୧୪୪ ଧାରା ଜାରି କରିଛି ।ଯାହାଫଳରେ ବାବାଙ୍କ ଏହି ଦୁର୍ଲଭ ବେଶ ଦର୍ଶନରୁ ଭକ୍ତ ମାନେ ବଞ୍ଚିତ ହୋଇଛନ୍ତି ।

Leave A Reply

Your email address will not be published.