ଦୁଇଟି ମଲାପରେ ପଶିଲା ଚେତା , କଲେ ଅଲଗା

0 256

ବାରଙ୍ଗ,୪/୨(ଏସଏସନିୟୁଜ)ନନ୍ଦନକାନନରେ ପର୍ଯ୍ୟଟକମାନଙ୍କର ଅନ୍ୟତମ ଆକର୍ଷକ ସାଜିଛି ବିହଙ୍ଗ ସରଣୀ । ଏହି ସରଣୀରେ ରହୁଛନ୍ତି ରଙ୍ଗବେରଙ୍ଗର ବହୁ ବିଦେଶାଗତ ପକ୍ଷୀ । ଏହି ପକ୍ଷୀଶାଳରେ ରହିଛି ଖୁଆଡନଂ ୭୮ଏ । ତାହା ମଧ୍ୟରେ ରହିଛନ୍ତି ଦୁଇଟି ଅଣ୍ଡିରା ବଳଶାଳୀ ସିଲଭର ଫିଜାଂଟ ଓ ଏମାନଙ୍କ ସହ ମିଶି ରହିଛନ୍ତି ଗୋଲଡେନ ସହ ଅନ୍ୟାନ୍ୟ ଫିଜାଂଟ । ଏହି ଦୁଇଟି ସିଲଭର ଫିଜାଂଟ ପ୍ରାୟସମୟରେ ଅନ୍ୟ ଫିଜାଂଟମାନଙ୍କ ଉପରେ ନିଜର ଦୈାରାତ୍ମ ଦେଖାଇବା ସହ ଆକ୍ରମଣ କରିଥାନ୍ତି । ଏହିଦୁଇଟିକୁ ଅନ୍ୟତ୍ର ରଖିବାକୁ କର୍ମଚାରୀମାନେ ଜନ୍ତୁବିିଭାଗ ଅଧିକାରୀଙ୍କୁ କହିଆସୁଥିଲେ ମଧ୍ୟ କେହି ଶୁଣିନଥିଲେ । ଜନ୍ତୁବିଭାଗ ଅଧିକାରୀ ମାନଙ୍କର ଖାମଖିଆଲ ମନୋଭାବ ଯୋଗୁ ଦୁଇଟି ଗୋଲଡେନ ଫିଜାଂଟଙ୍କର ଅକାଳ ମୃତ୍ୟୁ ହୋଇଥିଲା
ରବିବାର ସକାଳର ଘଟଣା । ସବୁଦିନ ଭଳି କର୍ମଚାରୀମାନେ ଆସି ଖୁଆଡ ସଫାକରୁଥିଲେ । ଏହି ସମୟରେ ଗୋଟିଏ ବଳଶାଳୀ ସିଲଭର ଫିଜାଂଟ ହଠାତ ଆକ୍ରମଣ କରିଥିଲା । ଫଳସ୍ୱରୁପ ଗୋଟିଏ ଗୋଲଡେନ ଫିଜାଂଟର ଶରୀରରେ ତିନଟି ସ୍ଥାନରେ କ୍ଷତ ସୃଷ୍ଟି ହୋଇଥିଲା । କର୍ମଚାରୀମାନେ ପାଟିକରିବାରୁ କ୍ଷତାକ୍ତ ଫିଜାଂଟଟି ବଂଚିଯାଇଥିଲା । ସଙ୍ଗେ ସଙ୍ଗେ ଖବରପାଇ ଡାକ୍ତରଖାନା ଓ ଜନ୍ତୁ ବିଭାଗ କର୍ମଚାରୀମାନେ ଆସି କ୍ଷତାକ୍ତ ଫିଜାଂଟକୁ ଡାକ୍ତରଖାନାକୁ ନେଇଯାଇଥିଲେ । ସେଠାରେ ଚିକିସ୍‌। କରାଯାଉଥିବାବେଳେ ସୋମବାରଦିନ ତାର ମୃତ୍ୟୁ ଘଟିଥିଲା ।ଏହି ଘଟଣା ପରେ ମଧ୍ୟ ଜନ୍ତୁବିଭାଗର ନୀଦ ଭାଙ୍ଗି ନଥିଲା । ପୁଣି ଏହି ବଳଶାଳୀ ଫିଜାଂଟର ଆକ୍ରମଣରେ ମଙ୍ଗଳବାର ଦିନ ସକାଳେ ଆଉ ଏକ ଗୋଲଡେନ ଫିଜାଂଟର ମୃତ୍ୟୁ ହୋଇଥିଲା । ଏହାପରେ ଚେତା ଉଦୟ ହୋଇଥିଲା ଜନ୍ତୁବିଭାଗର । ବଳଶାଳୀ ଫିଜାଂଟଦ୍ୱୟଙ୍କୁ ଅନ୍ୟମାନଙ୍କଠାରୁ ଅଲଗା କରି ତାରଜାଲି ଆବଦ୍ଧ କରି ରଖିଥିଲେ । ଆଗରୁ ଏହିଭଳି ଉଦ୍ୟମ କରିଥିଲେ ହୁଏତ ଦୁଇଟି ଗୋଲଡେନ ଫିଜାଂଟ ବଂଚିଯାଇଥାନ୍ତେ ବୋଲି କର୍ମଚାରୀମାନେ କହୁଛନ୍ତି ।

Leave A Reply

Your email address will not be published.