ବାତ୍ୟା ପାଇଁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

0 198

ଭୁବନେଶ୍ୱର, ୩/୧୨(ଏସଏସନିୟୁଜ) ପୁରୀ ଜିଲ୍ଲାରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା ।ଏହାକୁ ଦୃଷ୍ଟିରେ ରଖି ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି ।ଏନେଇ ନିର୍ଦ୍ଦେଶାନାମା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା । ବାତ୍ୟା ‘ଜୱାଦ’ର ପ୍ରଭାବରେ ଆଇଏମଡି ଆକଳନ ଅନୁସାରେ ଆଜି ମଧ୍ୟରାତ୍ର ପରଠାରୁ ବର୍ଷା ଆରମ୍ଭ ହୋଇପାରେ । ୪ ତାରିଖରେ ବର୍ଷା ଓ ପବନର ପରିଣାମ ଅଧିକ ରହିବ । ବାତ୍ୟାର ପ୍ରଭାବ ବିଶେଷ କରି ଗଞ୍ଜାମ, ଗଜପତି, ଜଗତସିଂହପୁର, ପୁରୀ ଓ ଖୋର୍ଦ୍ଧାରେ ଅଧିକ ରହିବ ଓ ଅନ୍ୟାନ୍ୟ ଉପକୂଳବର୍ତ୍ତୀ ଜିଲ୍ଲା ମାନଙ୍କରେ ମଧ୍ୟମ ଧରଣର ବର୍ଷା ହେବ ।ଏଣୁ ରବିବାର ସାପ୍ତାହିକ ଛୁଟିକୁ ବାତିଲ ସହ ଛୁଟିରେ ଥିବା କର୍ମଚାରୀ ଛୁଟି ବାତିଲ କରି ଫେରି ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.