ଏନଡିଆରଏଫ ପକ୍ଷରୁ ମକ ଡ୍ରିଲ

0 242

ବାରଙ୍ଗ,୩/୧୨(ଏସଏସନିୟୁଜ) ଆଜାଦି କା ଅମୃତ ମହୋତ୍ସବ ଅବସରରେ ଏନଡିଆରଏଫ ୩ୟ ବାହିନୀ ପକ୍ଷରୁ ସେକେଣ୍ଡ ଇନ କମାଣ୍ଡ ବର୍ଦ୍ଧମାନ ମିଶ୍ରଙ୍କ ନେତୃତ୍ବରେ କଟକ ସ୍ଥିତ ନେତାଜୀ ଜନ୍ମ ସ୍ଥାନ ସଂଗ୍ରହାଳୟ ଠାରେ ଶୁକ୍ରବାର ଏକ ମିଳିତ ମକ ଡ୍ରିଲ କର୍ମଶାଳା ଆୟୋଜିତ ହୋଇଯାଇଛି।ରାସାୟନିକ,ଜୈବିକ,ବିକିରଣ,ଆଣବିକ ଆଦି ବିଷୟ ଉପରେ ଏହି ମକ ଡ୍ରିଲ ପ୍ରାୟ ଦେଢ଼ ଘଣ୍ଟା ଧରି ଚାଲିଥିଲା।ଏନଡିଆରଏଫ ସମେତ ଦମକଳ ବାହିନୀ,ସ୍ଥାନୀୟ ପୋଲିସ,ସଂଗ୍ରହାଳୟ କର୍ମଚାରୀ ଓ ଜିଲ୍ଲା ପ୍ରଶାସନ ଆଦିର କର୍ମଚାରୀଙ୍କୁ ମିଶାଇ ୮୪ ଜଣ ଏହି ମକ ଡ୍ରିଲରେ ସାମିଲ ହୋଇଥିଲେ।ଏଥିସହ ସ୍ଥାନୀୟ ଲୋକଙ୍କୁ ମିଶାଇ ସମୁଦାୟ ୨୦୨ ଜଣ ଉପସ୍ଥିତ ରହି ଏହି ମକ ଡ୍ରିଲ କୌଶଳ ଶିଖିଥିଲେ। ସେହିପରି ବାତ୍ୟା ଜୱାଦ କୁ ଦୃଷ୍ଟିରେ ରଖି ଏନଡିଆରଏଫ ପକ୍ଷରୁ ଶୁକ୍ରବାର ପୁଣି ୬ଟି ଟିମକୁ ଭିନ୍ନ ଭିନ୍ନ ଜିଲ୍ଲାରେ ନିୟୋଜିତ କରାଯାଇଛି।କେନ୍ଦ୍ରାପଡ଼ା ଜିଲ୍ଲାକୁ ଗୋଟିଏ ଟିମ,ଖୋର୍ଦ୍ଧା ଜିଲ୍ଲାକୁ ୨ଟି ଟିମ, ଯାଜପୁର ଜିଲ୍ଲାକୁ ଗୋଟିଏ ଟିମ,ଜଗତସିଂହପୁର ଜିଲ୍ଲାକୁ ଗୋଟିଏ ଟିମ ଏବଂ ବାଲେଶ୍ବର ଜିଲ୍ଲାକୁ ଗୋଟିଏ ଟିମ ନିୟୋଜିତ କରାଯାଇଥିବା ଏନଡିଆରଏଫ ପକ୍ଷରୁ ସୂଚନା ଦିଆଯାଇଛି।(ଗୈାତମରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.