ମାଡ଼ି ଆସୁଛି ବାତ୍ୟା ଜୱାଦ

0 191

ଭୁବନେଶ୍ୱର,୩/୧୨(ଏସଏସନିୟୁଜ) ମାଡ଼ି ଆସୁଛି ବାତ୍ୟା ଜୱାଦ । ବାତ୍ୟା ଗୋପାଳପୁରଠାରୁ ୩୭୦ କିମି ଓ ପାରାଦୀପଠାରୁ ୫୮୦ କିମି ନୂରରେ ରହିଛି । ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୨୨ କିମି ବେଗରେ ଗତିକରୁଛି ବାତ୍ୟା । କାଲି ୫ ମଧ୍ୟାହ୍ନ ସୁଦ୍ଧା ପୁରୀ ଉପକୂଳ ପାଖାପାଖି ହେବ ବାତ୍ୟା । ବାତ୍ୟା ସ୍ଥଳ ଭାଗ ଅତିକ୍ରମ କରିବ କି ନାହିଁ, ତାହା ଏଯାଏଁ ଆଇଏମଡି ସ୍ପଷ୍ଟ କରିନି । ବାତ୍ୟା ଯଦି ସ୍ଥଳଭାଗ ଛୁଏଁ, ତେବେ ତାହା ଅଳ୍ପ ଛୁଇଁ ପୁଣି ସମୁଦ୍ର ମଧ୍ୟକୁ ଚାଲିଯିବ । ନଛୁଇଁଲେ ବି ଉପକୂଳ ପାଖାପାଖି ହେଲେ ପବନ ୮୦ରୁ ୯୦୫ କିମି ବେଗରେ ବହିବ । ଆଜି ରାତିରୁ ଦକ୍ଷିଣ ଓଡ଼ିଶାରେ ବର୍ଷା ଆରମ୍ଭ ହୋଇଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ଆସନ୍ତାକାଲି ଗଞ୍ଜାମ ଏବଂ ପୁରୀ ଜିଲ୍ଲାର ସବୁ ସ୍କୁଲ ବାତ୍ୟା ଜୱାଦ ପାଇଁ ଛୁଟି ଘୋଷଣା କରାଯାଇଛି । ଜିଲ୍ଲାପାଳଙ୍କ ନିର୍ଦ୍ଦେଶମୁତାବକ ସ୍କୁଲ କୁ ଛୁଟି ଘୋଷଣା କରାଯାଇଥିବାବେଳେ
ଶିକ୍ଷକ ଓ ଅନ୍ୟ କର୍ମଚାରୀ ସ୍କୁଲ ଆସିବାକୁ କୁହାଯାଇଛି ।

Leave A Reply

Your email address will not be published.