ଭୁବନେଶ୍ୱର ,୨୫|୮ (ଏସଏସନିଉଜ)ସୋମବାର ନନ୍ଦନକାନନର ୪୨ନମ୍ବର ଖୁଆଡ଼ରେ ରହୁଥିବା ଗୟଳ ଏକ ମାଇଶାବକକୁ ଜନ୍ମଦେଇଛି।ଶାବକଟି ଜନ୍ମ ପରେ ନନ୍ଦନକାନନ ରେ ଏମାନଙ୍କ ସଂଖ୍ୟା ବୃଦ୍ଧିପାଇ ୯ରେ ପହଞ୍ଚି ଥିବାର ଜଣାପଡିଛି।ତେବେ ଶାବକଟି ଜନ୍ମପରେ କର୍ମଚାରୀଙ୍କ ମଧ୍ୟରେ ଖୁସିଲହରୀ ଖେଳିଯାଇଥିଲା।ହେଲେ ରାତି ହେବାପରେ ଖୁସିର ମହୋଲ ବଦଳି ଯାଇଥିଲା ଓ ଚିନ୍ତାବଢିବା ଆରମ୍ଭ ହୋଇଥିଲା।ନବଜାତ ଗୟଳଶାବକଟି ଅତ୍ୟନ୍ତ ଦୁର୍ବଳ ହୋଇଥିବା ବେଳେ ନିଜ ଗୋଡରେ ଠିକ୍ ସେ ଠିଆ ହୋଇପାରୁନଥିବାର ଜଣାପଡିଥିଲା।ଏହାସହ ମାକ୍ଷୀର ପିଇବାପାଇଁ ସଙ୍ଘର୍ଷ କରୁଥିଲେ ମଧ୍ୟ ସଫଳ ହୋଇପାରିନଥିଲା।ଖବରପାଇ ଚିକିତ୍ସକମାନେ ମାଆଠାରୁ ଅଲଗାନକରି ଖୁଆଡରେ ନବଜାତକ ଶାବକଟିର ଚିକିତ୍ସା ଆରମ୍ଭ କରିଥିବାର ଜଣାପଡିଛି।
