ଧରା ପଡିଲା ମିଛ ନାଟକ , ବନ୍ଧା ହେଲା ପୁରୁଷ ବନ୍ଧୁ

0 230

ଭୁବନେଶ୍ବର:୧୦/୨(ଏସଏସଏନ୍)  ଇନଫୋସିଟି ଥାନା ଅଞ୍ଚଳରେ ଜଣେ ଛାତ୍ରୀଙ୍କୁ ସୋମବାର ଦିନ  ଗୁଳିମାଡ ହୋଇଥିଲା। ଛାତ୍ରୀ ଏବଂ ତାଙ୍କ ପୁରୁଷ ବନ୍ଧୁ ଆଶିଷ ଛିଡ଼ା ହୋଇଥିବା ବେଳେ ୨ ଜଣ ଦୁର୍ବୃତ୍ତ ଆସି ଛାତ୍ରୀଙ୍କୁ ଗୁଳିମାଡ଼ କରି ଫେରାର ହୋଇଯାଇଥିବା କୁହାଯାଉଥିଲା।ଏହି ଘଟଣାକୁ ନେଇ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା । ଦିନ ଦ୍ବିପହରରେ ଏଭଳି ଘଟିଥିବାରୁ ପୋଲିସ ର ମୁଣ୍ଡ ବିନ୍ଧାର କାରଣ ସାଜିଥିଲା । ହେଲେ ୫ଘଣ୍ଟା ନପୁରୁଣୁ ଘଟଣା ଉପରୁ ପରଦା ଉଠାଇଛି କମିସନରେଟ୍ ପୋଲିସ । ଛାତ୍ରୀ ଓ ତାଙ୍କ ପୁରୁଷ ବନ୍ଧୁ  ପୋଲିସ ଆଗରେ କରୁଥିବା ନାଟକ ଶେଷରେ ଧରାପଡିଛି । କୈାଣସି ଦୁର୍ବୁତ୍ତ ଏହି ଗୁଳିମାଡ କରିନଥିଲେ ବଂର  ପୁରୁଷ ବନ୍ଧୁଙ୍କ ସହିତ ଛାତ୍ରୀ ଜଣକ ବନ୍ଧୁକରେ ଖେଳୁଥିବାବେଳେ ଗୁଳି ଫୁଟିଯାଇଥିଲା। ପୋଲିସ ପୁରୁଷ ବନ୍ଧୁ ଆଶିଷକୁ ଅଟକ ରଖି ପଚରାଉଚରା କରିବା ପରେ ଘଟଣା ଉପରୁ ପରଦା ଉଠିଛି। ପୁରୁଷ ବନ୍ଧୁ ଆଶିଷ ଛାତ୍ରୀଙ୍କ ପାଖକୁ ଯାଇଥିଲେ। ସେଠାରେ ସେମାନେ କଥାବାର୍ତ୍ତା ହୋଇଥିଲେ। ଏହି ସମୟରେ ଆଶିଷଙ୍କ ପାଖରେ ଥିବା ଏକ ବନ୍ଧୁକରେ ଉଭୟେ ଖେଳୁଥିଲେ। କିନ୍ତୁ ବନ୍ଧୁକରୁ ଗୁଳି ଫୁଟି ତାହା ଛାତ୍ରୀଙ୍କ ଜଙ୍ଘରେ ବାଜିଥିଲା। ଗୁଳି ଗୋଟିଏ ଜଙ୍ଘରେ ପଶି ବାହାରିଯିବା ସହିତ ଅନ୍ୟପଟ ଜଙ୍ଘରେ ପଶିଯାଇଥିଲା। ଛାତ୍ରୀ ଜଣକୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଛାତ୍ରୀଙ୍କ ନାମ ସୋନାଲି ଏବଂ ତାଙ୍କ ଘର ବାଲେଶ୍ଵରରେ ବୋଲି ଜଣାପଡ଼ିଛି। ସୋନାଲି ଏକ ଜାତୀୟ ଶିକ୍ଷାନୁଷ୍ଠାନରେ ଫ୍ୟାସନ ଡିଜାଇନିଂ ପଢୁଥିବା ଜଣାପଡ଼ିଥିବା ବେଳେ ଏହି ଘଟଣାରେ କମିଶନରେଟ ପୁଲିସ ପୁରୁଷ ବନ୍ଧୁ ଆଶିଷ କୁମାର ନାୟକକୁ ଗିରଫ କରିଛି। ଆଶିଷଙ୍କ କିଛି ଅପରାଧିକ ରେକର୍ଡ ରହିଥିବା ସୂଚନା ମିଳିଛି। ପୂର୍ବରୁ ବୋମାମାଡ଼ ଘଟଣାରେ ଆଶିଷକୁ ପୁଲିସ ଗିରଫ କରିଥିଲା। ତା’ ନାରେ ଏକାଧିକ ମାମଲା ରହିଥିବା ଜଣାପଡ଼ିଛି।

Leave A Reply

Your email address will not be published.