ଚମ୍ପିଅନସିପ୍ ଟ୍ରଫି ଉନ୍ମୋଚନ

0 169

ବାରଙ୍ଗ, ୨୯/୧(ଏସଏସନିୟୁଜ)ଶନିବାର ମା ମଙ୍ଗଳା କ୍ରିକେଟ କ୍ଲବ “ଫକିରପଡା” ତରଫରୁ ଚାମ୍ପିଅନସିପ୍ ଟ୍ରଫି ଉନ୍ମୋଚନ ହୋଇଯାଇଛି ।୩୧ ଜାନୁଆରୀ ରୁ ଆରମ୍ଭ ହୋଇ ୯ ଫେବୁଆରୀ ୨୦୨୨ ତାରିଖ ପର‌୍ୟ୍ୟନ୍ତ ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ବଛା ବଛା ୧୬ ଟି ଟିମ୍ ସହ ଦୁଇ ଶହ ଚାଳିଶ ଖେଳାଳି ଭାଗ ନେବେ ।ଆସୋସିଏସନ ତରଫରୁ ୫୦ ଜଣ ପିଲା ଉପସ୍ଥିତ ରହି ଖେଳାଳିଙ୍କ ଭଲ ମନ୍ଦ ବୁଝିବା ସହ ଖେଳ କିପରି ସୁରୁଖୁରୁରେ ହେବ ସେଥିପ୍ରତି ଯତ୍ନବାନ ହେବେ ।ତେବେ କୋଭିଡ କଟକଣା ମଧ୍ୟରେ ଏହି ଟୁର୍ଣାମେଂଟ ହେବାକୁ ଥିବାରୁ ଖେଳାଳି ଙ୍କ ସୁରକ୍ଷା ପାଇଁ ଆସୋସିଏସନ୍ ତରଫରୁ ମାସ୍କ ଓ ସାନିଟାଇଜର ର ବ୍ୟବସ୍ଥା କରାଯାଇଛି । ଏହି ଚାମ୍ପିଅନସିପ ଟ୍ରଫି ଉନ୍ମୋଚନ ଅବସରରେ ଭାଗ ନେବାକୁ ଥିବା ୧୬ ଟି ଟିମ୍ ର ଅଧିନାୟକ ଉପସ୍ଥିତ ରହିଥିଲେ ।(ଗୈାତମରାଉତଙ୍କ ରିପୋର୍ଟ)

Leave A Reply

Your email address will not be published.