ଖଣ୍ଡଗିରିରେ ଏଥର ଦୁଲୁକିବନାହିଁ ଯାତ୍ରା ପେଣ୍ଡାଲ

0 419

ଭୁବନେଶ୍ୱର,୨୯/୧(ଏସଏସନିୟୁଜ) କରୋନା ମହାମାରୀ ପାଇଁ ବାଧକ ସାଜିଲା ଖଣ୍ଡଗିରି ଯାତ୍ରା ।ଗତବର୍ଷଭଳି ଏଥର ମଧ୍ୟ ଦୁଲୁକିବନାହିଁ ଯାତ୍ରା ପେଣ୍ଡାଲ । ଚଳିତ ଥର ଖଣ୍ଡଗିରି ଯାତ୍ରା ପାଇଁ ଅନୁମତି ମିଳିପାରିନାହିଁ । ଯାହାଫଳରେ ଦ୍ବିତୀୟ ଥର ପାଇଁ ଖଣ୍ଡଗିରି ମେଳାରେ ଯାତ୍ରା ବନ୍ଦ ହୋଇଥିବାରୁ ଯାତ୍ରା ଦଳ, କଳାକାର, କମିଟି ସମସ୍ତଙ୍କୁ ନିରାଶହେବାକୁ ପଡିଛି । ଯାତ୍ରା ପରିବେଷଣ ନେଇ ଖଣ୍ଡଗିରିର ବିଭିନ୍ନ ଯାତ୍ରା କମିଟିମାନଙ୍କ ପକ୍ଷରୁ ଗତ ୨୫ ତାରିଖରେ ଭୁବନେଶ୍ବର ଡିସିପି ଓ ମହାନଗର ନିଗମ କମିଶନରଙ୍କ ନିକଟରେ ଅନୁମତି ପାଇଁ ଦରଖାସ୍ତ ଆବେଦନ କରାଯାଇଥିଲା। ଉଭୟଙ୍କ ପକ୍ଷରୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅନୁମତି ପ୍ରଦାନ କରାଯାଇନଥିବାବେଳେ ଚଳିତ ବର୍ଷ ଯାତ୍ରା ବନ୍ଦ ରଖିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛନ୍ତି ।

 

Leave A Reply

Your email address will not be published.