ତିନି ମହାନଗର ନିଗମର ସିଟ୍ ସଂରକ୍ଷଣ ତାଲିକା ପ୍ରକାଶ ପାଇଲା

0 432

ଭୁବନେଶ୍ୱର,୨୯/୧(ଏସଏସନିୟୁଜ)ରାଜ୍ୟର ଭୁବନେଶ୍ୱର, କଟକ ଓ ବ୍ରହ୍ମପୁର ୩ମହାନଗରନିଗମର ମେୟର ପଦବୀ ପାଇଁ ସଂରକ୍ଷଣ ଚୂଡ଼ାନ୍ତ ହୋଇଥିବାନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ ଭୁବନେଶ୍ୱର ଓ ବ୍ରହ୍ମପୁରର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ କଟକର ମେୟର ପଦବୀ ଅଣସଂରକ୍ଷିତ ରଖାଯାଇଥିବାର ବିଜ୍ଞପ୍ତିରେ କୁହାଯାଇଛି ।ସେହିପରି ମହାନଗର ନିଗମ ପାଇଁ ଓ୍ୱାର୍ଡ ସୀମା ନିର୍ଦ୍ଧାରଣ ଓ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇଛି।ଏହିଆଧାରରେ ବ୍ରହ୍ମପୁର ମହାନଗର ନିଗମର ୪୨ଟି ଓ୍ୱାର୍ଡରୁ ୨୩ଟି ଓ୍ୱାର୍ଡ ,କଟକରେ ମୋଟ୍ ୫୯ଟି ଓ୍ୱାର୍ଡରୁ ୩୩ଟି ୱାର୍ଡ ଓ ଭୁବନେଶ୍ୱର ମହାନଗର ନିଗମର ୬୭ଟି ଓ୍ୱାର୍ଡରୁ ୩୮ଟି ସଂରକ୍ଷିତ ରଖାଯାଇଛି ।

Leave A Reply

Your email address will not be published.