ଟ୍ରଲର ପଛରେ ପିଟିଲା ବସ୍

0 268

ଚୌଦ୍ୱାର,୨୯/୧(ଏସଏସନିଉଜ) ନିକଟରେ ପାଇପ୍‌ବୋଝେଇ ଟ୍ରଲର ପଛପଟେ ଏକ ଯାତ୍ରୀବାହୀ ବସ୍ ପିଟିହେବା ଫଳରେ ବସ୍‌ରେ ଥିବା ୬ଜଣ ଯାତ୍ରୀଙ୍କ ସମେତ ଟ୍ରଲର ଡ୍ରାଇଭର ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ଏହି ଘଟଣା ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ନଂ. ଜାତୀୟ ରାଜପଥ ବଇଁଚୁଆ ନିକଟରେ ଘଟିଛି । ଓଡ଼ି୦୫ୱାଇ୮୧୪୫ନଂ ମାତୃକରୁଣା ନାମକ ଯାତ୍ରୀବାହୀ ବସ୍ କଟକରୁ ଯାଜପୁରର ମଙ୍ଗଳପୁରକୁ ଦ୍ରୁତଗତିରେ ଯାଉଥିବାବେଳେ ବଇଁଚୁଆ ନିକଟରେ ଯାଉଥିବା ଓଡ଼ି୨୬୦୧୦୫ ନଂ ପାଇପ୍ ବୋଝେଇ ଟ୍ରଲରକୁ ପଛପଟରୁ ଧକ୍କା ଦେଇଥିଲା ।

Leave A Reply

Your email address will not be published.