ଅଗ୍ନିକାଣ୍ଡ ଘଟି ୧ ବଖରା ଭସ୍ମୀ ଭୂତ

0 303

ଡେଲାଙ୍ଗ,୨୩/୨ ( ଏସଏସନିୟୁଜ) ଡେଲାଙ୍ଗ ବ୍ଲକର ଗୁଆଳିପଡା ଗ୍ରାମ ପଂଚାୟତ ଅନ୍ତର୍ଗତ ମାଛପଡା ଗ୍ରାମରେ ଶନିବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟି ୧ ବଖରା ଭସ୍ମୀଭୂତ ହୋଇଯାଇଛି । ମିଳିଥିବା ସୂଚନା ଅନୁଯାୟୀ ମାଛପଡା ଗ୍ରାମର ଉପେନ୍ଦ୍ର ଭଞ୍ଜ ଜେନା ଙ୍କ ପରିବାର ଲୋକେ ଧାନ ଉସାଉଁ ଥିବା ବେଳେ ଚୁଲିରୁ କୌଣସି ପ୍ରକାରେ ନିଆଁ ଚାଳକୁ ଧରିଯାଇଥିଲା । ଏଥିରେ ତାଙ୍କର ଧାନ,ଚାଉଳ,ମୁଗ,ବିରି ,ଆସବାପତ୍ର ସହିତ ଜରୁରୀ କାଗଜପତ୍ର ପୋଡି ପାଉଁସ ହୋଇଯାଇଛି । ଖବର ପାଇ ଡେଲାଙ୍ଗ ଦମକଳ ବାହିନୀ ଘଟଣା ସ୍ଥଳରେ ପହଚିଂ ନିଆଁକୁ ଆୟତ କରିଥିଲେ । ଅଗ୍ନିବିପନ୍ନ ପରିବାରକୁ ସରକାରୀ ସହାୟତା ପାଇଁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି ।

Leave A Reply

Your email address will not be published.