ଚୋରି କରୁଥିବା ସମୟରେ ପୋଲିସ ହାତରେ ଧରା ପଡିଲା ଚୋର

0 546

ଡେଲାଙ୍ଗ .୨/୩(ଏସଏସନିୟୁଜ)ହରିରାଜ ପୁର ଫାଣ୍ଡି ଅଂଚଳରେ ଜଣେ ବ୍ୟକ୍ତି ଚୋରିକରିବା ସମୟରେ ପୋଲିସ କାବୁ କରି ଗିରଫ କରିବାରେ ସକ୍ଷମ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ପୋଲିସ ରାତିରେ ପାଟ୍ରୋଲିଂ କରିବା ସମୟରେ ହରିରାଜପୁର ସ୍କୁଲ ନିକଟରେ ୨ ଜଣ ଅଜଣା ଲୋକଙ୍କୁ ଦେଖିବାକୁ ପାଇଥିଲା । ସନ୍ଦେହ ହେବାରୁ ପୋଲିସ କର୍ମଚାରୀମାନେ ଗାଡିକୁ ଅନତି ଦୂରରେ ରଖି ଉକ୍ତ ଯୁବକ ଦ୍ୱୟ ଉପରେ ନଜର ରଖିଥିଲେ । ସେମାନେ ନିଜନିଜ ମଧ୍ୟରେ ବାତ୍‌ର୍ାଳପ କରି ନିକଟରେ ଥିବା ଏକ ଦୋକାନର ତାଲାକୁ ଏକ କଟରରେ କାଟିବା ବେଳେ ୨ ପୋଲିସ କର୍ମଚାରୀ ତାଙ୍କୁ କାବୁ କରିବା ସହିତ ପାଟିକରି ଡାକପକାଇ ଥିଲେ । ପାଖ ଦୋକାନରେ ଶୋଇଥିବା ଅନ୍ୟ ଦୋକାନୀ ମାନେ ପାଟିଶୁଣି ଘଟଣା ସ୍ଥଳରେ ପହଂଚିଥିଲେ । ପୋଲିସ ଜଣକୁ କାବୁ କରିଥିବା ବେଳେ ଅନ୍ୟ ଜଣେ ସେଠାରୁ ଚମ୍ପଟ ମାରିଥିଲା । ଏନେଇ ପୋଲିସ ୩୧/୨୦ ମାମଲା ରୁଜୁ କରି ଖେର୍ଦ୍ଧା ଥାନା ଅଧିନସ୍ଥ କୁଞ୍ଜୁରୀ ଗ୍ରାମର ସୋମନାଥ ପଣ୍ଡା(୪୬)ଙ୍କୁ ଗିରଫ କରି ଆଜି କୋର୍ଟଚାଲଣ କରିଛି । ଅଭିଯୁକ୍ତ ଜଣକ ଡେଲାଙ୍ଗ, ଜଟଣୀ ,ପିପିଲି ସମେତ ବିଭିନ୍ନ ଛକ ମାନଙ୍କରେ ଥିବା ଦୋକାନରୁ ତାଲାକାଟି ଚୋରିକରୁଥିବା ସ୍ୱିକାର କରିଛି । ସୋମନାଥ ଠାରୁ ଏକ ତାଲାକଟା କଟର ଓ ବ୍ୟବହୃତ କାର ଓଆର୨୩ଡି୩୬୬୪କୁ ପୋଲିସ ଜବତ କରିଛି ।

Leave A Reply

Your email address will not be published.