ଗୁଳିକାଣ୍ଡରେ ଯୁବକ ଆହତ

0 168

ମହାକାଳପଡା,୩୦/୪(ଏସଏସନିଉଜ) ମହାକାଳପଡା-ତେରଗାଁ ଘାଟ ରାସ୍ତାର ଏକ ହୋଟେଲ ନିକଟରେ ଆଜି ଅପରାହ୍ନରେ ଗୁଳିକାଣ୍ତ ଘଟିଛି ।ଏଥିରେ ମାର୍ଶାଘାଇ ବ୍ଲକ ନେମ୍ବରା ଗ୍ରାମର ଲକ୍ଷ୍ମଣ ମଳିକ (୩୨) ଆହତ ହେବାସହ ତାଙ୍କର ଡାହାଣ ଗୋଡ଼ ପାଦରେ ଆଘାତ ଲାଗିଛି। ଲକ୍ଷ୍ମଣ ଓ ତାଙ୍କର ସହଯୋଗୀ ୮ ଜଣ ଯୁବକ ହୋଟେଲରେ ଖାଇ ବାହାରେ ଠିଆ ହୋଇଥିବାବେଳେ ବାଇକରେ ୬ ଜଣ ଯୁବକ ଆସି ଗାଳିଗୁଲଜ କରିଥିଲେ। ଲକ୍ଷ୍ମଣ ଓ ତାଙ୍କର ସହଯୋଗୀମାନେ ପ୍ରତିବାଦ କରିବାରୁ ଆସିଥିବା ଯୁବକମାନଙ୍କ ମଧ୍ୟରୁଜଣେ ରିଭଲଭର ବାହାର କରି ଦୁଇ ରାଉଣ୍ତ ଗୁଳି ଚଳାଇଥିଲା । ଗୋଟିଏ ଗୁଳି ଲକ୍ଷ୍ୟଚ୍ୟୁତ ହୋଇ ଥିବା ବେଳେ ଅନ୍ୟଟି ଲକ୍ଷ୍ମଣଙ୍କ ପାଦରେ ବାଜିଥିଲା। ଲକ୍ଷ୍ମଣଙ୍କୁ ପ୍ରଥମେ ମହାକାଳପଡା ଓ ପରେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ମହାକାଳପଡା ପୁଲିସ ଖବରପାଇ ଆସି ଘଟଣାସ୍ଥଳରୁ ଖୋକା ଜବତ କରି ଗୁଳିକାଣ୍ଡର ପକୃତ କାରଣ ଜାଣିବାପାଇଁ ତଦନ୍ତ ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.