ତାତି ପାଇଁ ବଦଳିଲା ସ୍କୁଲ ସମୟ

0 552

ଭୁବନେଶ୍ୱର, ୩୦/୪(ଏସଏସନିଉଜ)ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ସ୍କୁଲ ସମୟ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର । ଆସନ୍ତା ମେ’ ୨ ତାରିଖଠାରୁ ସ୍କୁଲଗୁଡ଼ିକରେ ସକାଳ ୬ଟାରୁ ୯ଟା ପର‌୍ୟ୍ୟନ୍ତ ପାଠପଢ଼ା ହେବ। ୩ୟ ରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପିଲା ସକାଳ ୬ଟାରୁ ସ୍କୁଲ ଆସିବେ । ଏଥିସହ ପୂର୍ବ ନିର୍ଦ୍ଧାରିତ ସମୟ ସୂଚୀ ଅନୁସାରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପରୀକ୍ଷାଗୁଡ଼ିକ ଅନୁଷ୍ଠିତ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶନାମା ରେ କୁହାଯାଇଛି ।

Leave A Reply

Your email address will not be published.