କମିଲା ପେଟ୍ରୋଲ ଓ ଡିଜେଲ ଦର

0 284

ଭୁବନେଶ୍ୱର,୨୧/୫(ଏସଏସନିୟୁଜ) ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି ହ୍ରାସ ନେଇ କେନ୍ଦ୍ର ସରକାର ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି କେନ୍ଦ୍ରସରକାର ।ପେଟ୍ରୋଲ ଓ ଡିଜେଲ ଉପରୁ ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରାଯିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।ପେଟ୍ରୋଲ ଉପରୁ କେନ୍ଦ୍ରୀୟ ଏକ୍ସାଇଜ୍ ଡ୍ୟୁଟି ଲିଟର ପିଛା ୮ ଟଙ୍କା ହ୍ରାସ କରାଯିବ ଓ ଡିଜେଲ ଉପରୁ ଏକ୍ସାଇଜ୍ ଡ୍ୟୁଟି ଲିଟର ପିଛା ୬ ଟଙ୍କା ହ୍ରାସ ହେବ ଏହା ଫଳରେ ପେଟ୍ରୋଲ ଦର ଲିଟର ପିଛା ୯.୫ ଟଙ୍କା ଓ ଡିଜେଲ ଲିଟର ପିଛା ୭ ଟଙ୍କା ହ୍ରାସ ପାଇବ । ଆସନ୍ତାକାଲି ସକାଳ ୬ଟା ଠାରୁ ଏହି ନୂଆ ଦର ଲାଗୁ ହେବ ବୋଲି ଜଣାପଡ଼ିଛି ।

Leave A Reply

Your email address will not be published.