ବାରବାଟୀରେ ବାଜି ଜିତିନେଲା ଦକ୍ଷିଣ ଆଫ୍ରିକା

0 132

କଟକ,୧୨/୬(ଏସଏସନିଉଜ)ବାରବାଟୀରେ ଭାରତୀୟ କ୍ରିକେଟ ପ୍ରେମୀଙ୍କୁ ନିରାଶ ହେବାକୁ ପଡିଛି । ଦ୍ବିତୀୟ ଟି ୨୦ରେ ମଧ୍ୟ ବିଜୟୀ ହୋଇଛି ଦକ୍ଷିଣ ଆଫ୍ରିକା । ଭାରତକୁ ୪ ଉଇକେଟରେ ହରାଇ ୫ ମ୍ୟାଚ ବିଶିଷ୍ଟ ସିରିଜରେ ୨-୦ରେ ଆଗୁଆ ରହିଛି ଭ୍ରମଣକାରୀ ଦଳ । ଭାରତ ଦ୍ୱାରା ଧାର‌୍ୟ୍ୟ ୧୪୯ ରନ୍ ର ବିଜୟ ଲକ୍ଷ୍ୟକୁ ଦକ୍ଷିଣ ଆଫ୍ରିକା ୧୮ ଓଭର ୨ଟି ବଲରେ ୬ ୱିକେଟ ହରାଇ ହାସଲ କରିନେଇଛି । ଦଳ ପକ୍ଷରୁ ହେନରିକ କ୍ଲାସେନ ଅର୍ଦ୍ଧଶତକ ହାସଲ କରିବା ସହ ସର୍ବାଧିକ ୮୧ ରନ କରିଥିବାବେଳେ ଅଧିନାୟକ ବାଭୁମା ୩୫ ରନ କରିଥିଲେ ।. ଭାରତ ପକ୍ଷରୁ ଭୁବନେଶ୍ୱର କୁମାର ୪ଟି ଓ୍ବିକେଟ ନେଇଥିଲେ । ଚହଲ ଓ ହର୍ଷଲ ପଟେଲେଙ୍କୁ ଗୋଟିଏ ଲେଖାଏଁ ଓ୍ବିକେଟ୍ ମିଳିଥିଲା । ପୂର୍ବରୁ ଦକ୍ଷିଣ ଆଫ୍ରିକା ଟସ ଜିଣି ଭାରତକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଭାରତୀୟ ବ୍ୟାଟ୍ସମ୍ୟାନମାନେ ପ୍ରଥମରୁ ନିରାଶ କରିଥିଲେ । ପ୍ରଥମ ଓଭରରେ ହିଁ ଆଉଟ୍ ହୋଇଥିଲେ ଋତୁରାଜ ଗାଏକଓ୍ବାଡ। ଶ୍ରେୟସ ଆୟାର ସର୍ବାଧିକ ୪୦ ରନ କରିଥିବା ବେଳେ ଇଷାନ କିଷାନ ୩୪ ଓ ଦୀନେଶ କାର୍ତ୍ତିକ ଅପରାଜିତ ୩୦ ରନ କରିଥିଲେ । ତେବେ ମିଡିଲ ଅର୍ଡରରେ ବ୍ୟାଟିଂ ବିପର‌୍ୟ୍ୟୟ ଯୋଗୁଁ ଭଲ ସ୍କୋର କରିପାରି ନଥିଲା ଭାରତ । ଅଧିନାୟକ ପନ୍ତ ୫, ପାଣ୍ଡ୍ୟା ୯ ଏବଂ ଅକ୍ଷର ପଟେଲ ୧୦ ରନ କରି ଆଉଟ୍ ହୋଇଥିଲେ । ଦକ୍ଷିଣ ଆଫ୍ରିକା ପକ୍ଷରୁ ଆନରିକ୍ ନର୍ଟେଜ୍ ସର୍ବାଧିକ ୨ଟି ଓ୍ବିକେଟ ନେଇଥିଲେ । ଏହାଫଳରେ ବାରବାଟୀରେ ଉତ୍କଣ୍ଠାର ସହ ମ୍ୟାଚ ଦେଖୁଥିବା ପ୍ରତିଟି ଓଡିଆଙ୍କୁ ନିରାଶ ହେବାକୁ ପଡିଛି ।ଇଣ୍ଡିଆ ଜିତିବା ନେଇ ଯେଉଁ ଆଶା ପ୍ରକାଶ କରିଥିଲେ ତାହା ସଫଳ ହୋଇପାରିଲାନାହିଁ ।

 

Leave A Reply

Your email address will not be published.