ଚଳଚଞ୍ଚଳ ରଥଖଳା

0 232

ପୁରୀ,୨୩/୬(ଏସ ଏସ ନିଉଜ) ମହାପ୍ରଭୁଙ୍କ ପ୍ରଭା ନିର୍ମାଣ ଶେଷ ହୋଇଛି ।ଦୁଆରଘଡ଼ାରେ ଶେଷ ସ୍ପର୍ଷ ଦେଉଛନ୍ତି ରୂପକାର ।ଆଗେଇ ଚାଲିଛି ତିନି ରଥର ନିର୍ମାଣ କାର୍ଯ୍ୟ ।ଏଣିକି ରୂପକାରମାନେ ପ୍ରଭାରେ ରାହୁରୂପ ଓ ମଗରମୁଣ୍ଡ ତିଆରିବେ ।ଠାକୁରେ ଚକା ସିଂହାସନରେ ହେବେ ବିଜେ । ପ୍ରଭା ପଛକୁ ଧୂଳିଦଣ୍ଡା ଲାଗିବ। ପ୍ରଭା ହେଉଛି ସିଂହାସନର ଏକ ଅଂଶ । ଶ୍ରୀବିଗ୍ରହ ପ୍ରଭାଙ୍କୁ ଆଉଜି ଅବସ୍ଥାନ କରିବେ । ରଥର ଏହା ଏକ ଆକର୍ଷଣୀୟ ଅଂଶ। ପ୍ରତି ରଥର ୪ଟି ଲେଖାଁଏ ଦୁଆରଘଡ଼ା କାର୍ଯ୍ୟ ସାରି ବିଶ୍ୱକର୍ମାମାନେ ଚିତ୍ରକରଙ୍କୁ ଦେଲେ ।

Leave A Reply

Your email address will not be published.